Advertisment

ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ବିରୋଧରେ ଥାନାକୁ ଗଲେ ତହସିଲଦାର

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ ଘଟଣାରେ ନୂଆ ମୋଡ଼ ନେଇଛି। ସଂପୃକ୍ତ ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଧର୍ମଶାଳା ତହସିଲଦାର। ଅଭିଯୋଗ ପାଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଗତକାଲି ମଧ୍ୟାହ୍ନରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷୟ ରାଉତଙ୍କ ପତ୍ନୀ ଅନିମା ରାଉତ ଧର୍ମଶାଳା ତହସିଲଦାରଙ୍କ ପ୍ରକୋଷ୍ଠରେ ସମସ୍ତଙ୍କ ଉପସ୍ଥିତିରେ ନିଜ ଉପରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ବିରୋଧରେ ଥାନାକୁ ଗଲେ ତହସିଲଦାର

tahsildar

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ ଘଟଣାରେ ନୂଆ ମୋଡ଼ ନେଇଛି। ସଂପୃକ୍ତ ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଧର୍ମଶାଳା ତହସିଲଦାର। ଅଭିଯୋଗ ପାଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Advertisment

ସୂଚନା ମୁତାବକ, ଗତକାଲି ମଧ୍ୟାହ୍ନରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷୟ ରାଉତଙ୍କ ପତ୍ନୀ ଅନିମା ରାଉତ ଧର୍ମଶାଳା ତହସିଲଦାରଙ୍କ ପ୍ରକୋଷ୍ଠରେ ସମସ୍ତଙ୍କ ଉପସ୍ଥିତିରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ସମୟରେ ପାଖରେ ଥିବା ତହସିଲ କର୍ମଚାରୀ ଓ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ।

ମହିଳା ଜଣକ ଅଭିଯୋଗ କରିଥିଲେ ଯେ ବାରମ୍ୱାର ଗୁହାରୀ ପରେ ତାଙ୍କର ଏକ ଚକ ଜମିକୁ ବିକ୍ରୀ କରିବାକୁ ଅନୁମତି ମିଳୁନାହିଁ। ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ମହିଳା ଜଣକ ବାଧ୍ୟ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା କହିଥିଲେ।

Advertisment

ଅନ୍ୟପକ୍ଷରେ ଏହାର ସମାଧାନ ଚକବନ୍ଦି କୋର୍ଟରେ ହେବ। ଏହି ମାମଲାର ସମାଧାନ ଦିଗରେ ତହସିଲ ପ୍ରଶାସନର କୌଣସି କ୍ଷମତା ନାହିଁ। ଏନେଇ ଧର୍ମଶାଳା ତହସିଲଦାର ସଂପୃକ୍ତ ମହିଳାଙ୍କୁ ବୁଝାଇ କହିଥିଲେ ବି ମହିଳା ଜଣକ ଏହା ନମାନି ଗତକାଲି ତହସିଲ କାର୍ଯ୍ୟାଳୟକୁ ଆସି ଜୋର ଜବରଦସ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ। ଏନେଇ ଧର୍ମଶାଳା ତହସିଲଦାର ପାଲଟା ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତହସିଲଦାର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଏନେଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ତହସିଲଦାର କହିଛନ୍ତି, ମହିଳା ଜଣକ ନିଜ ଉପରେ ପେଟ୍ରୋଲ ଢାଳିବା ସହ ମୋ ଉପରେ ମଧ୍ୟ ପେଟ୍ରୋଲ ଢାଳିବାକୁ ଉଦ୍ୟମ କରିଥିଲେ। ଏହା ପରେ ମୁଁ ଯେତେବେଳେ ଗୋଟିଏ ରୁମରେ ପଶିଗଲି, ମହିଳା ଜଣକ ବାହାରେ ଛିଡ଼ା ହୋଇ ଦିଆସିଲି ଜଳାଇବାକୁ ଧମକ ଦେଇଥିଲେ। ସେଥିପାଇଁ ମୁଁ ଗତକାଲି ତାଙ୍କ ବିରୋଧରେ ଧର୍ମଶାଳା ଥାନାରେ ଏଫଆଇଆର୍ ଦେଇଥିବା ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ମହିଳା ଜଣକ କୌଣସି ମନ୍ତବ୍ୟ ଦେଇନାହାନ୍ତି।