Advertisment

ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟଙ୍କୁ ନିର୍ଦ୍ଦେଶ

ଅପପୁଷ୍ଟିରେ ଶିକାର ହୋଇ ଦାନଗଦି ବ୍ଲକ ଘାଟିସାହିରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଯନ୍ତ୍ରଣାଦାୟକ ଜୀବନ ବିତାଉଥିବା ଖବର ଗତ ୨୩ ତାରିଖରେ ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହି ଖବର ସମଗ୍ର ରାଜ୍ୟର ଆଲୋଡନ ଖେଳାଇ ଦେଇଥିଲା।

ଅଦ୍ୟତନ ହୋଇଛି
High Court

High Court

Advertisment

ଅପପୁଷ୍ଟିରେ ଶିକାର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଲେ ଓଡିଶା ହାଇକୋର୍ଟ। ଦାନଗଦି ବ୍ଲକର ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ଗ୍ରାଉଣ୍ଡରୁ ସ୍ଥିତି ପରଖି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୧୮ ତାରିଖରେ ଯାଜପୁର ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଉଭୟ ରାଜ୍ୟ ଏବଂ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କୁ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ (ଭିସି) ମାଧ୍ୟମରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

Advertisment

ଅପପୁଷ୍ଟି ରେ ଶିକାର ହୋଇ ଦାନଗଦି ବ୍ଲକ ଘାଟିସାହିରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଯନ୍ତ୍ରଣାଦାୟକ ଜୀବନ ବିତାଉଥିବା ଖବର ଗତ ୨୩ ତାରିଖରେ ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହି ଖବର ସମଗ୍ର ରାଜ୍ୟର ଆଲୋଡନ ଖେଳାଇ ଦେଇଥିଲା। ସ୍ୱାସ୍ଥ୍ୟ ସେବାକୁ ନେଇ ବଡ଼ ବଡ଼ କଥା କହୁଥିବା ରାଜ୍ୟ ସରକାର ବଡ଼ପଣ୍ଡାମାନଙ୍କୁ କଡ଼ା ସମାଲୋଚନା କରିଥିଲେ ବୁଦ୍ଧିଜୀବୀ।

ସୂଚନାରୁ ପ୍ରକାଶ, ଘାଟିସାହି ଗାଁର ବାଙ୍କୁ ହେମ୍ବ୍ରମ ବାସ କରନ୍ତି। ପରିବାର କହିଲେ ପତ୍ନୀ ତୁଳସୀ ହେମ୍ବ୍ରମ ଓ ୯ଟି ପିଲା। କାମଦାମ କରି ବାଙ୍କୁ ପରିବାର ଚଳାନ୍ତି। ତେବେ ବାଙ୍କୁଙ୍କ ଦୁଇ ପୁଅ ମଧ୍ୟରୁ ଜଣେ କିଛି ଦିନ ତଳେ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଏବେ ଝିଅ କୁନି ହେମ୍ବ୍ରମ ସମାନ ରୋଗରେ ଆକ୍ରାନ୍ତ ହୋଇଛି। ୪ ବର୍ଷୀୟ କୁନିର ହାତଗୋଡ଼ କଣ୍ଟା ପରି ସରୁ ହୋଇଯାଇଥିବା ଦେଖିବାକୁ ମିଳିଛି। ଛାତିର ପଞ୍ଜରା ହାଡ଼ ଗଣି ହୋଇ ଯାଉଛି। ଚାଲିବାକୁ ତା’ ଶରୀର ବଳ ଯୋଗାଡ଼ କରି ପାରୁନଥିବା ବେଳେ ମା’ କୋଳ ଏକମାତ୍ର ଭରସା ହୋଇଛି। ଜନ୍ମରୁ ସୁସ୍ଥ ଥିବା କୁନି ଏବେ କିନ୍ତୁ ଆଉ ବିଛଣାରୁ ଉଠୁନି।

Advertisment

ଏ ଦୁଃଖ କେବଳ ବାଙ୍କୁଙ୍କର ନୁହେଁ। ଗାଁରେ ଅନେକ ପିଲା ଅପପୃଷ୍ଟିରେ ଶିକାର ହୋଇଥିବା ଅଭିଯୋଗ ହେଉଛି। ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହେଉଛି।

Cuttack Jajpur High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe