ବିଜୁବାବୁଙ୍କ ସାଥୀ ସହରାଇ ଓରାମଙ୍କ ବିୟୋଗ

କେନ୍ଦୁଝର (ପ୍ରଣୟ ପାଣି): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିବା ସହରାଇ ଓରାମଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ବର୍ଷ ଧରି କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସ୍ଥିତ ଘରେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। ସହରାଇ ଓରାମ ଚମ୍ପୁଆରୁ ଜନତା ଦଳରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏପରିକି ବିଜୁବାବୁଙ୍କ […]

saharai-oram

Manoranjan Sial
  • Published: Friday, 17 April 2020
  • , Updated: 17 April 2020, 09:10 PM IST

କେନ୍ଦୁଝର (ପ୍ରଣୟ ପାଣି): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିବା ସହରାଇ ଓରାମଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ବର୍ଷ ଧରି କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସ୍ଥିତ ଘରେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି।

ସହରାଇ ଓରାମ ଚମ୍ପୁଆରୁ ଜନତା ଦଳରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏପରିକି ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ। ଏକଦା ବିଜୁବାବୁଙ୍କ ଡାହାଣ ହାତ ଥିଲେ। ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ସେ ଜନତା ଦଳର ମୂଳଦୁଆ ପକାଇଥିଲେ। ପରେ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ। ଆଜି ମହାନ ରାଜନେତାଙ୍କର ବିୟୋଗ ହୋଇଯାଇଛି।

ସହରାଇ ଓରାମ ଛାତ୍ର ଅବସ୍ଥାରୁ ଷଢ଼େଇକଳା-ଖରସୁଆଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ବର୍ତ୍ତମାନ ଏହି ଅଞ୍ଚଳ ଝାରଖଣ୍ଡରେ ଥିଲେ ହେଁ ସେଠାରେ ବହୁ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି। ରାଜ୍ୟ ଗଠନ ବେଳେ ବିହାର ଓ ଓଡ଼ିଶା ମଧ୍ୟରେ ଏହି ଅଞ୍ଚଳକୁ ନେଇ ଲଢ଼େଇ ଜାରି ରହିଥିଲା। ଓରାମ ୧୯୬୭ ମସିହାରୁ ଚମ୍ପୁଆରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ପରାସ୍ତ ହୋଇଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ଜନତା ଦଳ କେନ୍ଦୁଝର ଜିଲ୍ଲା ସଭାପତି ହୋଇଥିଲେ। ପରେ ଓଡ଼ିଶା ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ହୋଇଥିଲେ।

Related story