ବିଜେଡିରେ ନ ମିଶିଲେ ଜେଲ୍ ଯା…

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପୁଣି ଉଠିଲା ଭି.କେ.ପାଣ୍ଡିଆନ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ଏକ ଗୁଳିକାଣ୍ଡ ମାମଲାରେ ଆଜି ଜେଲ୍&zwnj; ଯିବା ପୂର୍ବରୁ ଗଣମାଧ୍ୟମକୁ ସେ କହିଛନ୍ତି- &ldquo;ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡରେ ମୋତେ ଗିରଫ କରାଯିବା ପଛରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଚକ୍ରାନ୍ତ ରହିଛି। ମୋତେ ହଇରାଣ କରିବା ପାଇଁ ଏମିତି ଷଡ଼ଯନ୍ତ୍ର କରାଯାଇଛି। ଏଥିରେ ସେମାନେ ସଫଳ ହେବେନି। ବିଜେଡିରେ ଯୋଗଦେବାକୁ ମୋତେ ଅନୁରୋଧ କରିଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଏମିତି ଚକ୍ରାନ୍ତ କରାଯାଇଛି।&rdquo;</p> <p>ତେବେ ଜୟନାରାୟଣଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି- &ldquo;କେଉଁ ସମୟରେ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ତାହା ସେ କହିଲେନି। ହତ୍ୟା କରି ଭିତରକୁ ଗଲା ପରେ ଏବେ ସବୁ ମନେ ପଡୁଛି। ଅଯଥାରେ ଯୁକ୍ତି କରି ସେ ମାମଲାକୁ ଘାଣ୍ଟିବାକୁ ଚାହୁଁଛନ୍ତି। ପାଣ୍ଡିଆନ୍&zwnj; ହେଉଛନ୍ତି ଜଣେ ଅଫିସର। ତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ଘଟଣାକୁ ବିବାଦୀୟ କରିବାକୁ ଚେଷ୍ଟା କରାଯାଉଛି।&rdquo;</p>

Ordigital Desk
  • Published: Tuesday, 17 April 2018
  • Updated: 17 April 2018, 09:46 PM IST

Sports

Latest News

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପୁଣି ଉଠିଲା ଭି.କେ.ପାଣ୍ଡିଆନ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ଏକ ଗୁଳିକାଣ୍ଡ ମାମଲାରେ ଆଜି ଜେଲ୍&zwnj; ଯିବା ପୂର୍ବରୁ ଗଣମାଧ୍ୟମକୁ ସେ କହିଛନ୍ତି- &ldquo;ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡରେ ମୋତେ ଗିରଫ କରାଯିବା ପଛରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଚକ୍ରାନ୍ତ ରହିଛି। ମୋତେ ହଇରାଣ କରିବା ପାଇଁ ଏମିତି ଷଡ଼ଯନ୍ତ୍ର କରାଯାଇଛି। ଏଥିରେ ସେମାନେ ସଫଳ ହେବେନି। ବିଜେଡିରେ ଯୋଗଦେବାକୁ ମୋତେ ଅନୁରୋଧ କରିଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଏମିତି ଚକ୍ରାନ୍ତ କରାଯାଇଛି।&rdquo;</p><p>ତେବେ ଜୟନାରାୟଣଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି- &ldquo;କେଉଁ ସମୟରେ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ତାହା ସେ କହିଲେନି। ହତ୍ୟା କରି ଭିତରକୁ ଗଲା ପରେ ଏବେ ସବୁ ମନେ ପଡୁଛି। ଅଯଥାରେ ଯୁକ୍ତି କରି ସେ ମାମଲାକୁ ଘାଣ୍ଟିବାକୁ ଚାହୁଁଛନ୍ତି। ପାଣ୍ଡିଆନ୍&zwnj; ହେଉଛନ୍ତି ଜଣେ ଅଫିସର। ତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ଘଟଣାକୁ ବିବାଦୀୟ କରିବାକୁ ଚେଷ୍ଟା କରାଯାଉଛି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos