Advertisment

ନବ ଦାସ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚକୁ କୋର୍ଟ ଦେଲେ ଝଟକା

ଗୋପାଳଙ୍କୁ ଗୁଜରାଟ ନେଇ ତାଙ୍କର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ୍ କରାଯାଇଛି। ଏସବୁ ପରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କ ମାନସିକ ସ୍ଥିତି ପୁଣି ଥରେ ଯାଞ୍ଚ କରିବାକୁ ଏତେ ବ୍ୟଗ୍ର ଥିବାରୁ ଏହି ତଦନ୍ତକାରୀ ସଂସ୍ଥାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Naba Das and Murder Gopal das

Naba Das and Murder Gopal das

Advertisment

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତିର ପୁନଃଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ଖାରଜ କରି ଦେଇଛନ୍ତି। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ତଳ କୋର୍ଟ ଖାରଜ କରିଥିଲେ। ତଳ କୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲା।

Advertisment

ଫେବ୍ରୁଆରୀ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ଗୋପାଳ ଦାସଙ୍କ ମାନସିକ ଅବସ୍ଥାର ପୁନଃ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମ୍‌ହାନ୍ସ)କୁ ନେବାକୁ ଚାହୁଁଥିଲା। ନିମ୍‌ହାନ୍ସରେ ତାଙ୍କୁ ୩ ସପ୍ତାହ ରଖିବାକୁ ପଡ଼ିବ ବୋଲି ଆବେଦନରେ କୁହାଯାଇଥିଲା। ୨୭ ତାରିଖରେ କୋର୍ଟ ଏହି ଆବେଦନକୁ ଗ୍ରହଣ କରିଥିଲେ। ମାର୍ଚ୍ଚ ୧ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହାର ଣୁଣାଣି ହୋଇଥିଲା। ଆଉ ଆଜି ରାୟ ପ୍ରକାଶ କରି କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରି ଦେଇଥିଲେ କୋର୍ଟ। 

ଗୋପାଳଙ୍କ ଓକିଲ କହିଛନ୍ତି, ଗୋପାଳଙ୍କ ମାନସିକ ଅବସ୍ଥାର ପୁନଃଯାଞ୍ଚ ପାଇଁ ତଳ କୋର୍ଟ ଅନୁମତି ନ ଦେବା ପରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଏକ ରିଭିଜନ ଆବେଦନ କରିଥିଲା। ସେହି ରିଭିଜନ୍‌କୁ ଜିଲ୍ଲା ଜଜ୍‌ଙ୍କ କୋର୍ଟରୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତକୁ ଟ୍ରାନ୍ସଫର କରାଯାଇଥିଲା। କୋର୍ଟରେ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସେମାନେ ଗୋପାଳଙ୍କ ପୁଲିସ୍ ରିମାଣ୍ଡ ମାଗୁ ନାହାନ୍ତି। ବିଶେଷଜ୍ଞ ଟିମ୍ ଗୋପାଳଙ୍କ ମାନସିକ ସ୍ଥିତିକୁ ବିସ୍ତାରିତ ଭାବେ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଥିବାରୁ ସେମାନେ ଏହି ଆବେଦନ କରିଥିବା କୋର୍ଟଙ୍କୁ କହିଥିଲେ। ଆମର ଯୁକ୍ତି ଥିଲା ପୁଲିସ୍‌କୁ ଜିମା ଦେବା ଅର୍ଥ ଏହା ପୁଲିସ୍ ରିମାଣ୍ଡ। ନିୟମ ଅନୁଯାୟୀ ଆଉ ପୁଲିସ୍ ରିମାଣ୍ଡ ଦିଆଯାଇପାରିବ ନାହିଁ ବୋଲି ଆମେ କହିଥିଲୁ। ଆମେ ଆହୁରି ଯୁକ୍ତି କରିଥିଲୁ ଯେ ଏକ ୪ ଜଣିଆ ବିଶେଷଜ୍ଞ ଟିମ୍ ଗୋପାଳଙ୍କ ମାନସିକ ଅବସ୍ଥା ଯାଞ୍ଚ କରିଛନ୍ତି ଓ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ତା’ହେଲେ ପୁଣି ଥରେ କ’ଣ ପାଇଁ ତାଙ୍କର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ କୁହାଯାଉଛି।

Advertisment

ଗୋପାଳଙ୍କୁ ଗୁଜରାଟ ନେଇ ତାଙ୍କର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ୍ କରାଯାଇଛି। ଏସବୁ ପରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କ ମାନସିକ ସ୍ଥିତି ପୁଣି ଥରେ ଯାଞ୍ଚ କରିବାକୁ ଏତେ ବ୍ୟଗ୍ର ଥିବାରୁ ଏହି ତଦନ୍ତକାରୀ ସଂସ୍ଥାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଝାରସୁଗୁଡ଼ାର ବରିଷ୍ଠ ଆଇନଜୀବୀ ଦୀନେଶ ଜୈନ କହିଛନ୍ତି, ମୋର ମନେହେଉଛି ଏ ପୂରା ପ୍ରକ୍ରିୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ ସାହାଯ୍ୟ କରିବା ପାଇଁ କରାଯାଉଛି। ଗୋପାଳ ଦାସଙ୍କୁ କେମିତି ସଜା ମିଳିବ ସରକାରୀ ଓକିଲ ସେ ଦିଗରେ କାର୍ଯ୍ୟ କରୁ ନାହାନ୍ତି। ଓଲଟି ଭବିଷ୍ୟତରେ ଗୋପାଳ ଦାସ କେମିତି ଏହି ମାମଲାରୁ ଖସି ଯିବେ ସେ ଦିଗରେ କାର୍ଯ୍ୟ କରାଯାଉଛି। ଯେଉଁ ପ୍ରମାଣ କ୍ରାଇମବ୍ରାଞ୍ଚ ପାଇଁ ଆଦୌ ଦରକାର ନାହିଁ, ସେହି ପ୍ରମାଣ ପାଇବା ପାଇଁ ଏହି ତଦନ୍ତକାରୀ ସଂସ୍ଥା କାହିଁକି ଏତେ ବ୍ୟଗ୍ର?

ସୂଚନାଯୋଗ୍ୟ, ନବ ଦାସଙ୍କୁ ହତ୍ୟା କରାଯିବାର ଏକ ମାସରୁ ଅଧିକ ଦିନ ବିତି ଯାଇଥିଲେ ଏହା ପଛର ରହସ୍ୟ ଏଯାଏ ଖୋଲିନି। ଗୋପାଳ ଦାସ କାହିଁକି ତାଙ୍କୁ ମାରିଲେ, ତାହା ଏଯାବତ ଜଣାପଡ଼ିନାହିଁ।

Crime Branch Gopal Das Naba Das Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe