Advertisment

ଝାରସୁଗୁଡ଼ା ଉପନିର୍ବାଚନ: ଆଦର୍ଶ ଆଚରଣ ବିଧି ଲାଗୁ , ଭୋଟ୍ ଦେବେ ୨.୨୧ଲକ୍ଷ ଭୋଟର

ମୋଟ ୨୫୩ଟି ମତଦାନ କେନ୍ଦ୍ରରେ ନିର୍ବାଚନମଣ୍ଡଳୀର ୨ଲକ୍ଷ ୨୧ହଜାର ୭୦ଜଣ ନିଜର ମତାଧିକାର ସାବ୍ୟସ୍ତ କରିବେ।

ଅଦ୍ୟତନ ହୋଇଛି
jharsuguda

jharsuguda

Advertisment

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହ ସମଗ୍ର ଜିଲ୍ଲାରେ ଆଜିଠୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ମୋଟ ୨୫୩ଟି ମତଦାନ କେନ୍ଦ୍ରରେ ନିର୍ବାଚନମଣ୍ଡଳୀର ୨ଲକ୍ଷ ୨୧ହଜାର ୭୦ଜଣ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ନିର୍ବାଚନମଣ୍ଡଳୀରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ଅଛନ୍ତି। 

Advertisment

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ସମସ୍ତ ପ୍ରାର୍ଥୀ, ରାଜନୀତିକ ଦଳ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍ଥା ଓ ଉଦ୍ୟୋଗ ପାଇଁ ବଳବତ୍ତର ରହିବ । ନିର୍ବାଚନମଣ୍ଡଳୀରେ ମୋଟ ୨୫୩ଟି ମତଦାନ କେନ୍ଦ୍ର ଚିହ୍ନଟ ହୋଇଥିବାବେଳେ ୧ଲକ୍ଷ ୧୦ହଜାର ୩୨୦ଜଣ ପୁରୁଷ ଓ ୧ଲକ୍ଷ ୧୦ହଜାର ୬୮୭ଜଣ ମହିଳା ଭୋଟର ଏବଂ ୬୩ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ଏହି ମୋଟ ଭୋଟରଙ୍କ ମଧ୍ୟରେ ୨୫୨୬ଜଣ ଭିନ୍ନକ୍ଷମ ଓ ୪୦୭୪ଜଣ ଭୋଟରଙ୍କ ବୟସ ୮୦ରୁ ଅଧିକ । ଉପନିର୍ବାଚନ ପାଇଁ ଆବଶ୍ୟକ ପରିମାଣର ଇଭିଏମ୍ ମେସିନ ଓ ଭିଭିପାଟ୍ ଅଣାଯାଇଛି । ପ୍ରଥମ ପର୍ଯ୍ୟାୟ ଇଭିଏମ୍ ଚେକିଂ କାର୍ଯ୍ୟ ଶେଷ ହୋଇସାରିଛି । ସମସ୍ତ ମତଦାନ କେନ୍ଦ୍ରରେ ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ, ଭିନ୍ନକ୍ଷମଙ୍କ ଯିବା ପାଇଁ ର‌୍ୟାମ୍ପ ଆଦିର ବ୍ୟବସ୍ଥା ହେବ । ଉପନିର୍ବାଚନ ପ୍ରକ୍ରିୟାରେ କୋଭିଡ୍ କଟକଣା ରହିବ ନାହିଁ କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶକୁ ପାଳନ କରାଯିବ । କୋଭିଡ୍ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିବା ଶ୍ରୀ ଧଳ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଯୋଗୁ ଖାଲି ପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆସନ୍ତା ମେ’ ୧୦ ତାରିଖରେ ହେବ। ଏପ୍ରିଲ ୧୩ତାରିଖରୁ ଗେଜେଟ୍ ବିଜ୍ଞପ୍ତି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ମେ’ ୧୩ତାରିଖ ଭୋଟଗଣତି ହେବ ଓ ଉପନିର୍ବାଚନ ପ୍ରକ୍ରିୟା ମେ’ ୧୫ତାରିଖ ସୁଦ୍ଧା ଶେଷ ହେବ।

Odisha By-Election Naba Das Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe