୧୭ ଜିଲ୍ଲାରେ ବର୍ଷା କମିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତ ବର୍ଷ ହ୍ରାସ ପାଇଛି ବୃଷ୍ଟିପାତ। ଜୁଲାଇରେ ୧୭ ଜିଲ୍ଲାରେ ସ୍ୱାଭାବିକ୍‌ ଠାରୁ  ୯ ପ୍ରତିଶତ କମ୍ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ରେ କମ୍ ବର୍ଷା ହୋଇଛି। ୧୧ଟି […]

ft

Tapas Behera
  • Published: Wednesday, 31 July 2019
  • , Updated: 31 July 2019, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତ ବର୍ଷ ହ୍ରାସ ପାଇଛି ବୃଷ୍ଟିପାତ। ଜୁଲାଇରେ ୧୭ ଜିଲ୍ଲାରେ ସ୍ୱାଭାବିକ୍‌ ଠାରୁ  ୯ ପ୍ରତିଶତ କମ୍ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ରେ କମ୍ ବର୍ଷା ହୋଇଛି।

୧୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ମିଳିଛି। ନବରଙ୍ଗପୁର, ମାଲକାନଗିରି, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ବରଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର ଓ ରାୟଗଡ଼ାରେ ସ୍ୱାଭାବିକ୍‌ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ବର୍ଷା ଅଭାବରୁ ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ସବୁଠି ଚାଷ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି।

କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି, ତ ଆଉ କେଉଁଠି ପାଣି ଅଭାବରୁ ତଳି ନଷ୍ଟ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଅଣଜଳସେଚିତ ଅଞ୍ଚଳରେ ଯଦି ଶୀଘ୍ର ବର୍ଷା ନହୁଏ, ତେବେ ମରୁଡ଼ି ପରିସ୍ଥିତି ଉପୁଜିବାର ଆଶଙ୍କା ମଧ୍ୟ ରହିଛି।

Related story