ଲୋକପାଳ ଅଧ୍ୟକ୍ଷ ହେବେ ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ୱ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ମହାନ୍ତି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ଲୋକପାଳର ଅଧ୍ୟକ୍ଷ ଥିବା ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ଏହାପରେ ଜଷ୍ଟିସ ମହାନ୍ତି ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଲୋକପାଳର […]

PK-mohanty

Hemant Lenka
  • Published: Friday, 27 May 2022
  • , Updated: 27 May 2022, 05:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ୱ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ମହାନ୍ତି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ଲୋକପାଳର ଅଧ୍ୟକ୍ଷ ଥିବା ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ଏହାପରେ ଜଷ୍ଟିସ ମହାନ୍ତି ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଲୋକପାଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ସେ ଏହି ପଦରେ ରହିବେ ବୋଲି ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

୧୯୫୫ ମସିହା ଜୁନ ୧୦ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ମହାନ୍ତି ପୂର୍ବରୁ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ ରାଞ୍ଚିରେ ଥିବା ନ୍ୟାଶନାଲ ୟୁନିଭର୍ସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ୍‌ ଲ’ରେ କୁଳପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୯ ମାର୍ଚ୍ଚ ୨୭ରେ ତାଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। ଜଷ୍ଟିସ ମହାନ୍ତି ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

କଟକର ଗୋଟିଏ ଆଇନଜୀବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ମହାନ୍ତିଙ୍କ ବାପା ସ୍ୱର୍ଗତ ଯୁଗଳ କିଶୋର ମହାନ୍ତି ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ତାଙ୍କ ଅଜା ସ୍ୱର୍ଗତ ରାଜକିଶୋର ଦାସ ମଧ୍ୟ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ରେଭେନ୍ସା କଲେଜିଏଟ ସ୍କୁଲରେ ପଢ଼ିଥିବା ଜଷ୍ଟିସ ମହାନ୍ତି ୧୯୭୪ରେ ରେଭେନ୍ସା କଲେଜରୁ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। କଟକଟର ମଧୁସୂଦନ ଆଇନ କଲେଜରୁ ସେ ଆଇନ ବିଭାଗର ଶିକ୍ଷା ନେଇଥିଲେ।

ଅନ୍ୟପକ୍ଷରେ ଆସନ୍ତାକାଲି ଅବସର ନେବାକୁ ଥିବା ଜଷ୍ଟିସ ଘୋଷ ୧୯୫୨ ମସିହା ମେ’ ୨୮ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହାପରେ ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ଯାଏ ଦିଲ୍ଲୀରେ ସେ ଜାତୀୟ ମାନବାଧିକ କମିଶନ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୯ ମାର୍ଚ୍ଚ ୨୩ରେ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।

Related story