ବଢିବ ବିଚାରାଧିନ କଏଦୀଙ୍କ ଭତ୍ତା

ଭୁବନେଶ୍ୱର: କଏଦୀ ମାନଙ୍କ ଦୈନିକ ଭତ୍ତା ୪୦ଟଙ୍କାରୁ ୧୫୦ଟଙ୍କାକୁ ବୃଦ୍ଧି ପାଇବ। ତା’ସହ ଖାଦ୍ୟ ଭତ୍ତା ମଧ୍ୟ ଦୈନିକ ୬୦ଟଙ୍କାରୁ ୭୫ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଚିବାଳୟଠାରେ ଜେଲ୍ ସଂସ୍କାର ସଂପର୍କରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। କଏଦୀ ମାନଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ […]

naveen

naveen

Rakesh Mallick
  • Published: Friday, 11 September 2015
  • Updated: 11 September 2015, 02:29 AM IST

Sports

Latest News

ଭୁବନେଶ୍ୱର: କଏଦୀ ମାନଙ୍କ ଦୈନିକ ଭତ୍ତା ୪୦ଟଙ୍କାରୁ ୧୫୦ଟଙ୍କାକୁ ବୃଦ୍ଧି ପାଇବ। ତା'ସହ ଖାଦ୍ୟ ଭତ୍ତା ମଧ୍ୟ ଦୈନିକ ୬୦ଟଙ୍କାରୁ ୭୫ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଚିବାଳୟଠାରେ ଜେଲ୍ ସଂସ୍କାର ସଂପର୍କରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। କଏଦୀ ମାନଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜେଲରୁ ବାହାରିବା ପରେ କଏଦୀମାନେ ଯେପରି ସ୍ୱାବଲମ୍ୱୀ ହୋଇପାରିବେ ସେଥିପାଇଁ ପାଇପ୍ ମିସ୍ତ୍ରୀ କାମ, ରୋଷେଇ, ଯନ୍ତ୍ରପାତି ମରାମତି କାମ ଓ ଅନ୍ୟାନ୍ୟ ନୂତନ ଜୀବିକା କୌଶଳ ବିଷୟରେ ଶିକ୍ଷାଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ତା'ସହ ଜେଲରେ ସିସିଟିଭି, ବ୍ୟାଗେଜ୍ ସ୍କାନର୍ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ଚନ୍ଦକା ଠାରେ ପ୍ରସ୍ତାବିତ ଭୁବନେଶ୍ୱରର ନୂତନ ଜେଲକୁ ସବୁଜ ଜେଲରେ ବିକଶିତ କରିବାକୁ ବୈଠକରେ ନିଷ୍ପତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଏବଂ ଜେଲ୍ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos