Advertisment

ସସପେଣ୍ଡ ହେଲେ କେ. ଗାଁ ଥାନା ଅଧିକାରୀ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ. ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା କରିଥିବାରୁ ଥାନା ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣା ବିବେକ। ତେବେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବାର ମଧ୍ୟ ସମ୍ଭାବନା ରହିଛି। ମମିତାଙ୍କ ନି‌ଖୋଜ ହେବା ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କେ. ଗାଁ ଥାନାରେ ଅଭିଯୋଗ କରିଥିଲେ। […]

ଅଦ୍ୟତନ ହୋଇଛି
ସସପେଣ୍ଡ ହେଲେ କେ. ଗାଁ ଥାନା ଅଧିକାରୀ

k-gaon-iiic

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ. ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା କରିଥିବାରୁ ଥାନା ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣା ବିବେକ। ତେବେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବାର ମଧ୍ୟ ସମ୍ଭାବନା ରହିଛି।

Advertisment

ମମିତାଙ୍କ ନି‌ଖୋଜ ହେବା ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କେ. ଗାଁ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କେ. ଗାଁ ଥାନା ଅଧିକାରୀ ଅଭିଯୋଗ ନ ରଖି ମମିତାଙ୍କ ପରିବାରକୁ ଫେରାଇ ଦେଇଥିଲେ। କେ. ଗାଁ ଥାନାରୁ ନିରାଶ ହେବା ପରେ ମମିତାର ପରିବାର ଲୋକେ ସିନ୍ଧେଇକେଲା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସିନ୍ଧେଇକେଲା ଥାନା ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦକୁ ଗିରଫ କରିଥିଲା। ତେବେ ହାତ ଧୋଇବା ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ।

ଏହା ପରେ ମଙ୍ଗଳବାର ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଲୁଚିଥିବା ଗୋବିନ୍ଦକୁ ପୁଲିସ୍ ଗିରଫ କରିଥିଲା। ଗିରଫ ପରେ ଗୋବିନ୍ଦ ସବୁ ସତ ଓଗାଳିଛି। ଗୋବିନ୍ଦ ସାହୁର ଅନୈତିକ ପ୍ରେମ ସମ୍ପର୍କରେ ଜାଣିଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ଆଉ ସେହିକଥାକୁ ପ୍ରଘଟ କରିଦେବାକୁ ଦେଉଥିଲେ ଧମକ। ଯେଉଁଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ଗୋବିନ୍ଦ। ନିଜ କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ। ଏହା ଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଡିଆଇଜି କହିଥିଲେ।

Advertisment

ଅନ୍ୟପକ୍ଷରେ ରିମାଣ୍ଡରେ ନେବା ପାଇଁ ପୁଲିସ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ୫ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

Mamita Meher Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe