ହରିଦ୍ୱାରରୁ ପୁରୀ ଆସୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର: ଉତ୍ତରପ୍ରଦେଶର ମୁଜାଫରନଗଠାରୁ ୨୫ କିଲୋମିଟର ଦୂର ଖତୌଲି ନିକଟରେ ଘଟିଥିବା ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ୍‌ର ୧୪ ବଗି ଲାଇନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି। ଯାହାଫଳରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଉଦ୍ଧାର କାର୍ଯ୍ୟ ସରିଛି। ଏବେ ଟ୍ରାକ୍‌ ମରାମତି ଚାଲିଛି। ଏହି ରେଳ ଲାଇନ୍‌ଟି ୱାନ୍‌ ୱେ ହୋଇଥିବାରୁ ହରିଦ୍ୱାରରୁ ପୁରୀ ଅଭିମୁଖେ ଅସୁଥିବା ଟ୍ରେନ୍‌କୁ ଆଜି ପାଇଁ […]

kalinga utkal express12

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 11:27 PM IST

ଭୁବନେଶ୍ୱର: ଉତ୍ତରପ୍ରଦେଶର ମୁଜାଫରନଗଠାରୁ ୨୫ କିଲୋମିଟର ଦୂର ଖତୌଲି ନିକଟରେ ଘଟିଥିବା ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ୍‌ର ୧୪ ବଗି ଲାଇନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି। ଯାହାଫଳରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଉଦ୍ଧାର କାର୍ଯ୍ୟ ସରିଛି। ଏବେ ଟ୍ରାକ୍‌ ମରାମତି ଚାଲିଛି। ଏହି ରେଳ ଲାଇନ୍‌ଟି ୱାନ୍‌ ୱେ ହୋଇଥିବାରୁ ହରିଦ୍ୱାରରୁ ପୁରୀ ଅଭିମୁଖେ ଅସୁଥିବା ଟ୍ରେନ୍‌କୁ ଆଜି ପାଇଁ ବାତିଲ କରାଯାଇଛି। ଏହାଛଡ଼ା ୪ଟି ଏକ୍ସପ୍ରେସ ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୬ଟିର ଗତିପଥ ପଦଳା ଯାଇଛି। ମାତ୍ର ପୁରୀରୁ ହରିଦ୍ୱାର ଅଭିମୁଖେ ଯାଉଥିବା ଟ୍ରନ୍‌ଟି ଚାଲିବ।

Related story