Advertisment

ଭୁଲ ବୁଝିପାରିଲେ; ଶ୍ୱଶୁର ଘର ଯାଇ ପତ୍ନୀଙ୍କୁ ବୁଝାଇଲେ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସାରୁପାଟା ଗାଁର ଦେବକୀ ଗତ ୯ ତାରିଖରେ ବରିକିଆର ଅର୍ଜୁନ ଦିଗାଲଙ୍କୁ ବିବାହ କରିଥିଲେ। ରୀତିନୀତି ଅନୁସାରେ ବିବାହ ପରଦିନ କନ୍ୟା ପକ୍ଷ ବର ଘରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Baliguda

Baliguda

Advertisment

ନିଜ ଭୁଲ୍‌ ବୁଝିପାରିଲେ ଅର୍ଜୁନ ଦିଗାଲ। ବାହାଘରର ୬ ଦିନ ପରେ ଶ୍ୱଶୁର ଘର ଆସିଲେ। ପତ୍ନୀଙ୍କୁ ବୁଝାସୁଝା କଲେ। ନିଜ ଭୁଲ ପାଇଁ ଅନୁତପ୍ତ ହେଲେ। ଆଉ କହିଲେ, ଯୌତୁକ ମାଗିବା ମୋର ବଡ଼ ଭୁଲ୍‌ ଥିଲା। ସ୍ତ୍ରୀକୁ ଘରକୁ ନେବି, ତାକୁ ସୁଖ ଶାନ୍ତିରେ ରଖିବି।

Advertisment

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସାରୁପାଟା ଗାଁର ଦେବକୀ ଗତ ୯ ତାରିଖରେ ବରିକିଆର ଅର୍ଜୁନ ଦିଗାଲଙ୍କୁ ବିବାହ କରିଥିଲେ। ରୀତିନୀତି ଅନୁସାରେ ବିବାହ ପରଦିନ କନ୍ୟା ପକ୍ଷ ବର ଘରକୁ ଯାଇଥିଲେ। ସେଠାରେ ଏକ ସଭା ଡକାଯାଇ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଚୁକ୍ତିନାମାରେ ଦେବକୀ ଦସ୍ତଖତ କରିଥିଲେ। ମାତ୍ର ଅର୍ଜୁନ ଯୌତୁକରେ ବାଇକ ଦେବା ପାଇଁ ଶ୍ୱଶୁର ଘର ଲୋକଙ୍କ ପାଖରେ ଦାବି କରିଥିଲେ। ଗରିବ ଶ୍ରେଣୀରେ ହୋଇଥିବାରୁ ଏବେ ବାଇକ୍‌ ଦେବା ସମ୍ଭବ ନୁହେଁ, ପରେ ଦିଆଯିବ ବୋଲି କନ୍ୟା ଘର ଲୋକେ କହିଥିଲେ। ହେଲେ ବର ନିଜ ଜିଦ୍‌ରେ ଅଟଳ ରହିଥିଲା। ବାଇକ୍‌ ନ ଦେଲେ ଚୁକ୍ତିନାମାରେ ଦସ୍ତଖତ କରିବେ ନାହିଁ ବୋଲି କହିଥିଲେ। ଏହି କଥା ଦେବକୀଙ୍କୁ ବହୁ ବାଧିଥିଲା। ସମସ୍ତଙ୍କ ସାମ୍ନାରେ ମଙ୍ଗଳସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ବାପଘର ଲୋକଙ୍କ ସାଙ୍ଗରେ ପଳାଇ ଆସିଥିଲେ। ଏହି ଖବର ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe