Advertisment

ବାଲିଗୁଡାରେ ବାଘ ଆତଙ୍କ, ଅଳ୍ପକେ ବର୍ତ୍ତିଲେ ପମ୍ପ ହାଉସ କର୍ମଚାରୀ

ପମ୍ପହାଉସ କର୍ମଚାରୀମାନେ ୨ଟି ବାଘକୁ ଦେଖିଥିବା କହିଛନ୍ତି।

author-image
Jitendra Garnayak
Foot Print

Foot Print

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମିଳିଛି ବାଘ ଆତଙ୍କ। ସହରର ବଡ଼ଗାଁ ନିକଟ ଖଡ଼ଗ ନଦୀ କୂଳରେ ଥିବା ପମ୍ପ ହାଉସ ପାଖରେ ଗତକାଲି ରାତିରେ ଦୁଇଟି ବାଘକୁ ଦେଖିଥିବା ନେଇ ପମ୍ପ ହାଉସର ଦୁଇ ଜଣ କର୍ମଚାରୀ କହିଛନ୍ତି।

Advertisment

ପମ୍ପ ହାଉସ କର୍ମଚାରୀ କୁମୁଦ ମଲିକ କହିଛନ୍ତି, ଗତକାଲି ରାତି ୯ଟା ବେଳେ ମଟର ଚଲାଇବା ପାଇଁ ମୋର ଜଣେ ସହକର୍ମୀଙ୍କ ସହିତ ନଦୀ ପାଖକୁ ଯାଇଥିଲି। ସେତେବେଳେ ଆମେ କିଛି ଗର୍ଜନ ଶୁଣିଲୁ। ତା’ପରେ ମୋ ସହିତ ଥିବା କର୍ମଚାରୀ ଜଣଙ୍କ ନଦୀ ଆଡ଼କୁ ଲାଇଟ ପକାଇଥିଲେ। ଲାଇଟ ପଡ଼ିବା ପରେ ତାହା ବାଘ ବୋଲି ଜାଣିବାକୁ ପାଇଲୁ। ତଥାପି ସନ୍ଦେହ ହୋଇଥିଲା। ତେଣୁ ଆଉ ଟିକେ ପାଖକୁ ଯାଇ ଲାଇଟ ପକାଇବାରୁ ବାଘ ବୁଲିପଡ଼ି ଆମ ଆଡ଼କୁ ଧାଇଁଲା। ଆମେ ଦୌଡ଼ି ପମ୍ପ ହାଉସ ପରିସରରେ ଥିବା ଏକ ଘରେ ପଶି କବାଟ ବନ୍ଦ କରି ଦେଇଥିଲୁ। ଆମେ ଘଟଣା ସଂପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ସୂଚନା ଦେବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସେଠାରୁ ପାଦ ଚିହ୍ନ ଠାବ କରିବା ସହିତ ସେଗୁଡ଼ିକୁ ସଂଗ୍ରହ କରିଥିଲେ। କେଉଁ ବାଘ ସେଠାକୁ ଆସିଥିଲା, ଜଣାପଡ଼ି ନଥିଲା ବେଳେ ସେ ଦୁଇଟି କଲରାପତରିଆ ବାଘ ହୋଇଥିବେ ବୋଲି କୁହାଯାଉଛି। ତେବେ ଏନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Advertisment

ଗିରିଧର ମହାରଣା ନାମକ ଜଣେ ପମ୍ପ ହାଉସ କର୍ମଚାରୀ କହିଛନ୍ତି ଯେ ସେ ୧୫ ଦିନ ତଳେ ନଦୀ ନିକଟରେ ଦୁଇଟି ବାଘ କୁ ଦେଖିଥିଲେ। ଏନେଇ ସେ ତାଙ୍କର ସମସ୍ତ ସହକର୍ମୀଙ୍କୁ ସତ୍ତର୍କ କରାଇ ଦେଇଥିଲେ। କିନ୍ତୁ କେହି ତାଙ୍କ କଥା ବିଶ୍ୱାସ କରି ନଥିଲେ। କିନ୍ତୁ ଦୁଇ ଦିନ ପରେ ଆମର ଆଉ ଜଣେ ସହଯୋଗୀ ନଦୀ ନିକଟରେ ବାଘ ଦେଖିଥିଲେ। ଆଉ କାଲି ଆମର ଆଉ ଦୁଇ ଜଣ ସହକର୍ମୀ ଏଠାରେ ବାଘ ଦେଖିଛନ୍ତି। ବାଘର ଉପସ୍ଥିତି ଜାଣି ଆମେ ଭୟଭୀତ ହୋଇଯାଇଛୁ।

Kandhamal Tiger