କଣ୍ଟାବାଞ୍ଜି: ସଡ଼କ ଦୁର୍ଘଟଣା ୨ ମୃତ

ଟିଟିଲାଗଡ଼: କଣ୍ଟାବାଞ୍ଜି ଖାଟୁ ଶ୍ୟାମ ମନ୍ଦିର ନିକଟରେ ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରଚୟ ମିଳିପାରିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ଯାଉଥିବା ଏକ ୪୦୭ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡା ହୋଇଥିଲା। ଏହି ସମୟରେ ବଙ୍ଗୋମୁଣ୍ଡା ପଟୁ […]

kantabanji-accident

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 05:02 PM IST

ଟିଟିଲାଗଡ଼: କଣ୍ଟାବାଞ୍ଜି ଖାଟୁ ଶ୍ୟାମ ମନ୍ଦିର ନିକଟରେ ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରଚୟ ମିଳିପାରିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ଯାଉଥିବା ଏକ ୪୦୭ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡା ହୋଇଥିଲା। ଏହି ସମୟରେ ବଙ୍ଗୋମୁଣ୍ଡା ପଟୁ ଓଡି୦୩-୩୭୯୪ ନମ୍ୱର ବାଇକ୍‌ରେ ଆସୁଥିବା ଦୁଇ ଜଣ ଯୁବକ ୪୦୭କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା।

Related story