ଟାର୍ଗେଟର ୧୯.୯୬% ଧାନ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଞ୍ଚଳରୁ ସଂଗ୍ରହ କରାଯିବ: ଯୋଗାଣ ମନ୍ତ୍ରୀ

କଟକ: ଚଳିତ ବର୍ଷ ରାଜ୍ୟରେ ୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଞ୍ଚଳରୁ ୧୯.୯୬ ପ୍ରତିଶତ ଧାନ ସଂଗ୍ରହ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ଶନିବାର ଧାନ ସଂଗ୍ରହ ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗ ଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରାଞ୍ଚଳ ଅଧୀନରେ ଆସୁଥିବା ୩୮ଟି […]

katak

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 07:27 AM IST

କଟକ: ଚଳିତ ବର୍ଷ ରାଜ୍ୟରେ ୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଞ୍ଚଳରୁ ୧୯.୯୬ ପ୍ରତିଶତ ଧାନ ସଂଗ୍ରହ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ଶନିବାର ଧାନ ସଂଗ୍ରହ ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗ ଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରାଞ୍ଚଳ ଅଧୀନରେ ଆସୁଥିବା ୩୮ଟି ବ୍ଲକରେ ପି-ପାସ୍ ପ୍ରଦାନ କରାଯିବ। ତା’ସହ ଏଥର ମଣ୍ଡିରେ ଭାଗ ଚାଷୀଙ୍କୁ ବି ଧାନ ବିକ୍ରି କରିବାକୁ ସୁଯୋଗ ଦିଆଯିବାକୁ ବ୍ୟବସ୍ଥା କରାଯିବ।

ଆଜି ବୈଠକରେ ଯୋଗାଣ ସଚିବ ମଧୁସୂଦନ ପାଢ଼ି, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମେତ କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ୍, ବାଲେଶ୍ୱର, ମୟୁରଭଂଜ, ନୟାଗଡ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଏହା ପୂର୍ବରୁ ଯୋଗାଣ ମନ୍ତ୍ରୀ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜିନର ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନେଇ ଯଥାକ୍ରମେ ସମ୍ବଲପୁର ଓ ବ୍ରହ୍ମପୁରରେ ବୈଠକ କରିଥିଲେ। ମୋଟ ଟାର୍ଗେଟରୁ ଉତ୍ତରାଞ୍ଚଳ ରାଜସ୍ୱ ଅଞ୍ଚଳଗୁଡ଼ିକରୁ ୫୦.୦୩% ଧାନ ସଂଗ୍ରହ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଦକ୍ଷିଣାଞ୍ଚଳରେ ୩୦.୦୪ ପ୍ରତିଶତ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ସରକାର ଧାନ କିଣିବା ପାଇଁ ପ୍ରାୟ ୬,୫୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ଉତ୍ତରାଞ୍ଚଳ ଆରଡିସି ଅଧୀନ ଜିଲ୍ଲାପାଳଙ୍କ ବୈଠକରେ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ଯୋଗାଣ ମନ୍ତ୍ରୀ ଭୁବନେଶ୍ୱରରେ ସବୁ ଜିଲ୍ଲାର କୃଷକ ପ୍ରତିନିଧି ଓ ମିଲର୍ସମାନଙ୍କ ବୈଠକ ଡକାଇଥିଲା। ଏଥିରେ ଧାନ ସଂଗ୍ରହ ନେଇ କୃଷକ ପ୍ରତିନିଧି ଓ ମିଲମାଲିକମାନେ ସରକାରଙ୍କୁ ବିଭିନ୍ନ ପରାମର୍ଶ ଓ ପ୍ରସ୍ତାବ ଦେଇଥିଲେ।

ନଭେମ୍ବର ୧୫ରୁ ରାଜ୍ୟରେ ଯୋଗାଣ ବିଭାଗ ଧାନ ସଂଗ୍ରହ ଆରମ୍ଭ କରିବ।

Related story