ବାଲିଆ ବାଣ ଦୁର୍ଘଟଣା: ୧୧ ଜଣ ଆଇସିୟୁରେ, ୩ ଗିରଫ

କଟକ/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ବାଲିଆ ବାଣ ଦୁର୍ଘଟଣାରେ କଟକ ଏସ୍‌ସିବି ଆଇସିୟୁରେ ଭର୍ତ୍ତି ଗୁରୁତର ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଆଜି ଏସ୍‌ସିବି ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ଏସ୍‌ସିବିରେ ମୋଟ ୩୪ ଜଣ ଚିକିତ୍ସିତ ହେଉଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ୫ ଜଣ ବର୍ଣ୍ଣ ୟୁନିଟ୍ ଆଇସିୟୁରେ ଥିବା ବେଳେ ୩ ଜଣ ଲେଖାଏଁ ସେଣ୍ଟ୍ରାଲ ୟୁନିଟ୍‌ ଆଇସିୟୁ ଓ ଜେନେରାଲ ୟୁନିଟ୍ […]

3-arrest

  • Published: Friday, 25 November 2022
  • , Updated: 25 November 2022, 09:02 PM IST

କଟକ/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ବାଲିଆ ବାଣ ଦୁର୍ଘଟଣାରେ କଟକ ଏସ୍‌ସିବି ଆଇସିୟୁରେ ଭର୍ତ୍ତି ଗୁରୁତର ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଆଜି ଏସ୍‌ସିବି ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ଏସ୍‌ସିବିରେ ମୋଟ ୩୪ ଜଣ ଚିକିତ୍ସିତ ହେଉଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ୫ ଜଣ ବର୍ଣ୍ଣ ୟୁନିଟ୍ ଆଇସିୟୁରେ ଥିବା ବେଳେ ୩ ଜଣ ଲେଖାଏଁ ସେଣ୍ଟ୍ରାଲ ୟୁନିଟ୍‌ ଆଇସିୟୁ ଓ ଜେନେରାଲ ୟୁନିଟ୍ ଆଇସିସିୟୁରେ ଅଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି।

ସେପଟେ ଏହି ଘଟଣାରେ ୩ କଣକୁ ଗିରଫ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୁଲିସ। ସେମାନେ ହେଲେ ସ୍ଥାନୀୟ ବାଲିଆ ଅଞ୍ଚଳର ବୁଲୁ ମଲିକ୍, ଅରକ୍ଷୀତ ମଲିକ ଓ ଚିଲୁ ଦାସ। ସେମାନଙ୍କ ବିରୁଦ୍ଧରେ IPC ଧାରା ୨୮୬, ୩୩୭, ୩୩୮, ୧୦୯, fire work and loud speake act ୫ ଏବଂ  explosives  act ୩ ଓ ୫ ରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ମାନେ ଭିନ୍ନଭିନ୍ନ ପୂଜା କମିଟିର ସଦସ୍ୟ ବୋଲି ଜଣାପଡିଛି। ସେମାନଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଅନ୍ୟପଟେ ଏହି ଘଟଣାରେ ୨ ବାଣୁଆଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ନାମରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ୨ ବାଣୁଆଙ୍କ ମଧ୍ୟରୁ ଜଣେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣେ ବାଣୁଆ ଫେରାର୍ ଥିବା ପୁଲିସ ସୂଚନା ଦେଇଛି। ସେହିପରି ପୁଲିସ ଏହି ମାମଲାର ତଦନ୍ତ ବେଳେ ୮ ଜଣଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି।

ଘଟଣାର ତଦନ୍ତ ଚାଲିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Related story