/odisha-reporter/media/media_files/2025/10/09/deadbody-2025-10-09-17-26-33.jpg)
ପରମେଶ୍ୱରଙ୍କ ମୃତଦେହ Photograph: (OR)
ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଘାନାରେ ମୃତ ଓଡ଼ିଆ ଯୁବକ ପରମେଶ୍ୱର ନାୟକଙ୍କ ମରଶରୀର ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିଛି। ପରମେଶ୍ୱରଙ୍କ ମରଶରୀର ଭାରତ ଫେରାଇ ଆଣିବା ପାଇଁ ଘାନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ନିବେଦନ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡ଼ତଇଲା ଗ୍ରାମର ପୟୋଧର ନାୟକଙ୍କ ପୁଅ ପରମେଶ୍ୱର ନାୟକ ଘାନର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।
ପରମେଶ୍ୱରଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତାଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଥିଲେ।
ଆଜି ମରଶରୀର ଜନ୍ମମାଟିକୁ ଫେରିବା ପରେ ପୂରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଆଳି ବିଜେପି ବିଧାୟକ ପାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା ବଡ଼ତଇଲାରେ ପହଞ୍ଚି ପରମେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
