୧୫ ଦିନର ଶିଶୁ ଦେହରେ ନିଆଁ ଫୋଟକା: ଚେଙ୍କ ଦେଲା ଜେଜେ ମା’

କେନ୍ଦୁଝର: ପୁଣି ଜଣେ ଶିଶୁକୁ ଚେଙ୍କ। ରୋଗ ଭଲ ପାଇଁ ଜେଜେ ମା’ ୧୫ ଦିନର ଛୁଆକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳବରୁଡ଼ାରେ ଘଟିଛି ଏହି ଘଟଣା। ଚେଙ୍କ ନେବା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଲୋକଙ୍କ ମଧ୍ୟ ସଚେତନତା ଅଭାବରୁ ଏପରି ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଗତ ୧୭ ତାରିଖରେ ବାଂଶପାଳ ବ୍ଲକର […]

blanding

Rakesh Mallick
  • Published: Monday, 19 June 2017
  • , Updated: 20 June 2017, 11:11 AM IST

କେନ୍ଦୁଝର: ପୁଣି ଜଣେ ଶିଶୁକୁ ଚେଙ୍କ। ରୋଗ ଭଲ ପାଇଁ ଜେଜେ ମା’ ୧୫ ଦିନର ଛୁଆକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳବରୁଡ଼ାରେ ଘଟିଛି ଏହି ଘଟଣା। ଚେଙ୍କ ନେବା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଲୋକଙ୍କ ମଧ୍ୟ ସଚେତନତା ଅଭାବରୁ ଏପରି ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ଗତ ୧୭ ତାରିଖରେ ବାଂଶପାଳ ବ୍ଲକର ରବୋ ଗାଁରେ ଜଣେ ୧୦ ବର୍ଷର ଝିଅକୁ ଚେଙ୍କ ଦିଆଯାଇଥିଲା। ଝିଅ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related story