ଧରାପଡ଼ିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ, ଚେର ଲମ୍ୱିଛି କେନ୍ଦୁଝରରୁ ଝାରଖଣ୍ଡ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା। ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି ୬ ଦୁର୍ଦ୍ଦାନ୍ତ ଅପରାଧୀ। ଏହାର ଚେର କେନ୍ଦୁଝରରୁ ଝାରଖଣ୍ଡ ପର୍ଯ୍ୟନ୍ତ ଲମ୍ୱିଛି। ଗତକାଲି ରାତିରେ ତୁରୁମୁଙ୍ଗା ଥାନା ବାଉଁସୁଲି ଜଙ୍ଗଲରେ କିଛି ଲୋକ ଏକାଠି ହୋଇ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରି ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏପରିକି ପୁଲିସ ସେମାନଙ୍କଠାରୁ ୩ଟି ବନ୍ଧୁକ, ୭ଟି […]

six-docait-arrested-by-kendujhar-police

Manoranjan Sial
  • Published: Wednesday, 25 September 2019
  • , Updated: 25 September 2019, 07:14 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା। ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି ୬ ଦୁର୍ଦ୍ଦାନ୍ତ ଅପରାଧୀ। ଏହାର ଚେର କେନ୍ଦୁଝରରୁ ଝାରଖଣ୍ଡ ପର୍ଯ୍ୟନ୍ତ ଲମ୍ୱିଛି।

ଗତକାଲି ରାତିରେ ତୁରୁମୁଙ୍ଗା ଥାନା ବାଉଁସୁଲି ଜଙ୍ଗଲରେ କିଛି ଲୋକ ଏକାଠି ହୋଇ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରି ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏପରିକି ପୁଲିସ ସେମାନଙ୍କଠାରୁ ୩ଟି ବନ୍ଧୁକ, ୭ଟି ଜୀବନ୍ତ ଗୁଳି, ଭୁଜାଲି, ଫାର୍ସା, ୧୬ଟି ମୋଟର ସାଇକେଲ ଓ ୬ଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଗୋବିନ୍ଦ ଗିରି, ମଣିକାର ନାୟକ, ରାହୁଲ ନାୟକ, ସୁକାନ୍ତ ପୃଷ୍ଟି, ଅମୂଲ୍ୟ ପାତ୍ର ଓ ବିଷ୍ଣୁ ସେନାପତି।

ଗିରଫ ଅଭିଯୁକ୍ତମାନେ ଓଡ଼ିଶା ଓ ଝାରଖଣ୍ଡ ରାଜ୍ୟରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ଏହି କଳା ସାମ୍ରାଜ୍ୟରେ ଝାରଖଣ୍ଡ, କେନ୍ଦୁଝରର ଢେଙ୍କିକୋଟ, ଘଟଙ୍ଗା, ପାଟଣା ଅଞ୍ଚଳର ଯୁବକମାନଙ୍କୁ ନିୟୋଜିତ କରାଯାଉଥିଲା। ଏମାନଙ୍କ ନେତୃତ୍ୱ ଢେଙ୍କିକୋଟର ଗୋବିନ୍ଦ ଗିରି ନେଉଥିବା ଅଭିଯୋଗ ହୋଇଛି।

ସେହିପରି ଝାରଖଣ୍ଡ ଅଞ୍ଚଳର ମାଣିକର ନାଏକ ଗିରଫ ଡକାୟତଙ୍କୁ ବନ୍ଧୁକ ଯୋଗାଉଥିବା ବେଳେ ସୁକାନ୍ତ ନାଏକ, ବିଷ୍ଣୁ ସେନାପତି, ଅମୂଲ୍ୟ ପାତ୍ର କେନ୍ଦୁଝରରେ ରହି ଟଙ୍କା ଅଣୁଥିବା ବ୍ୟକ୍ତିଙ୍କ ବିଷୟରେ ଖବର ଦେଇ ଡକାୟତି କରୁଥିଲେ। ଏହି ଡକାୟତମାନେ ପାଟଣା ଅଞ୍ଚଳରୁ ୧ଲକ୍ଷ ୯୩ ହଜାର ଟଙ୍କା, ତୁରୁମୁଙ୍ଗା ଥାନା ଡାବରଚୁଆ ଅଞ୍ଚଳରୁ ୯୨ ହଜାର ଟଙ୍କା, ଟାଉନ ଥାନା ଡିମ୍ବ ଗାଁ ନିକଟରେ ଏକ ସିମେଣ୍ଟ ବ୍ୟବସାୟୀଙ୍କଠାରୁ ବନ୍ଧୁକ ମୁନରେ ୧୫ ହଜାର ଟଙ୍କା, ଝାରଖଣ୍ଡ ମଝିଗାଁ ଅଞ୍ଚଳରୁ ୫୦ ହଜାର ଟଙ୍କା ଲୁଟ କରିଥିବା ପୁଲିସ କହିଛି।

Related story