Advertisment

Extramarital Affair: ପରକୀୟାପ୍ରୀତିରୁ ହତ୍ୟା; ପ୍ରେମିକ ସହ ମିଶି ସ୍ୱାମୀଙ୍କ ତଣ୍ଟି ଚିପି ଦେଲେ

ବିରଞ୍ଚିଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା  ଜଡ଼ିବିଲ ଗାଁରେ। ସେ ପତ୍ନୀ ବର୍ଷାରାଣୀଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ସେଠାରେ ପୁରେନ୍ଦ୍ରଙ୍କ ସହିତ ଭେଟ ହୋଇଥିଲା ବର୍ଷାରାଣୀଙ୍କର।

Police

ଗିରଫ ଦୁଇ ଅଭିଯୁକ୍ତ Photograph: (OR)

Advertisment

ଗତ ସେପ୍ଟେମ୍ବର ୨୯ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡ଼ା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତାକଡ଼ ବୁଦାରୁ ବିରଞ୍ଚି ନାରାୟଣ ମହାନ୍ତ (୪୦)ଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ପତ୍ନୀ ବର୍ଷାରାଣୀ ପ୍ରେମିକ ପୁରେନ୍ଦ୍ର ମହାକୁଡ଼ଙ୍କ ସହିତ ମିଶି ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଘଟଗାଁ ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ର।

Advertisment

ବିରଞ୍ଚିଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା  ଜଡ଼ିବିଲ ଗାଁରେ। ସେ ପତ୍ନୀ ବର୍ଷାରାଣୀଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ସେଠାରେ ପୁରେନ୍ଦ୍ରଙ୍କ ସହିତ ଭେଟ ହୋଇଥିଲା ବର୍ଷାରାଣୀଙ୍କର। ପୁରେନ୍ଦ୍ରଙ୍କ ଘର ପାଟଣା ଥାନା କମାରମରା ଗାଁରେ।

https://odishareporter.in/crime/mbbs-student-alleges-friend-drugged-raped-her-10534584

Advertisment

ପୁରେନ୍ଦ୍ର ଓ ବର୍ଷାରାଣୀ ପ୍ରେମ ସଂପର୍କ ବିଷୟରେ ଜାଣିପାରିଥିଲେ ବିରଞ୍ଚି। ଏହାକୁ ନେଇ ବର୍ଷାରାଣୀଙ୍କ ସହିତ ତାଙ୍କର ଝଗଡ଼ା ହେଉଥିଲା। ଦୁର୍ଗାପୂଜା ଛୁଟି ପାଇଁ ଗତ ସେପ୍ଟେମ୍ବର ୨୮ ତାରଖ ରାତିରେ ବିରଞ୍ଚି ଓ ବର୍ଷାରାଣୀ ଗାଁ ଅଭିମୁଖେ ଯାତ୍ରା କରିଥିଲେ। କରଞ୍ଜିଆ ବସ୍‌ଷ୍ଟାଣ୍ଡରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୨୯ ତାରିଖରେ ପାଟଣା ଥାନା ମାଟିଆଗୁନି ସ୍ଥିତ ନିଜ ଭଉଣୀ ଘରକୁ ଗଲା ବେଳେ ବିରଞ୍ଚି ବାଟରେ ସାହାରପଡ଼ା କଲେଜ ନିକଟରେ ପତ୍ନୀ ବର୍ଷାରାଣୀ ଓ ତାଙ୍କ ପ୍ରେମିକ ପୁରେନ୍ଦ୍ରଙ୍କୁ ଦେଖଥିଲେ। ଫଳରେ ସେଠାରେ ବିରଞ୍ଚି ଓ ବର୍ଷାରାଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ଉତ୍‌କ୍ଷିପ୍ତ ବର୍ଷାରାଣୀ ତାଙ୍କ ହାତ ଧରିଥିଲେ ଓ ପୁରନ୍ଦର ତାଙ୍କ ତଣ୍ଟି ଚିପି ଦେଇଥିଲେ। ଏହା ପରେ ଏକ ବୁଦା ମୂଳରେ ବିରଞ୍ଚିଙ୍କ ମୃତଦେହକୁ ଫୋପାଡ଼ି ଦେଇଥିଲେ। ଜେରା ବେଳେ ଉଭୟେ ପୁଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଛନ୍ତି।

ବର୍ଷାରାଣୀ ଓ ପୁରେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଘଟଗାଁ ଏସ୍‌ଡିପିଓ ବିଜୟ କୃଷ୍ଣ ମହାପାତ୍ର କହିଛନ୍ତି। 

https://odishareporter.in/crime/11-seconds-3-bullets-man-shoots-friend-another-films-murder-10526405

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe