ହାଇପ୍ରୋଫାଇଲ ଠକ ଗିରଫ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ଚାକିରି କରାଇଦେବା ସହ ଛାତ୍ରଛାତ୍ରୀଙ୍କୁ ମେଡିକାଲ କଲେଜରେ ସିଟ୍ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ହାଇପ୍ରୋଫାଇଲ ଠକ ପ୍ରଦୋଷ ଖୋର୍ଦ୍ଧା ପୁଲିସ୍‌ ହାତରେ ଧରାପଡ଼ିଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଜଣେ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗ ପରେ ପ୍ରଦୋଷଙ୍କୁ ଗିରଫ କରାଯାଇଛି। ପ୍ରଦୋଷଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ କାର୍‌, ସ୍କୁଟି, ୨ଟି ଏଲ୍ଇଡି ଟିଭି, ମୋବାଇଲ ଫୋନ, ଦାମୀ […]

fgre.....

Tapaswini Nayak
  • Published: Tuesday, 09 October 2018
  • , Updated: 09 October 2018, 12:50 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର):ଚାକିରି କରାଇଦେବା ସହ ଛାତ୍ରଛାତ୍ରୀଙ୍କୁ ମେଡିକାଲ କଲେଜରେ ସିଟ୍ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ହାଇପ୍ରୋଫାଇଲ ଠକ ପ୍ରଦୋଷ ଖୋର୍ଦ୍ଧା ପୁଲିସ୍‌ ହାତରେ ଧରାପଡ଼ିଛି।

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଜଣେ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗ ପରେ ପ୍ରଦୋଷଙ୍କୁ ଗିରଫ କରାଯାଇଛି। ପ୍ରଦୋଷଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ କାର୍‌, ସ୍କୁଟି, ୨ଟି ଏଲ୍ଇଡି ଟିଭି, ମୋବାଇଲ ଫୋନ, ଦାମୀ ଘଣ୍ଟା, କମ୍ପ୍ୟୁଟର ଏବଂ ପ୍ରିଣ୍ଟର ରହିଛି।

ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି।

Related story