Advertisment

ବାଣ ତିଆରି ବେଳେ ବିସ୍ଫୋରଣ, ୪ ମୃତ, ୪ ଗୁରୁତର

ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁରେ ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା। ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।

ଅଦ୍ୟତନ ହୋଇଛି
crackers blast

crackers blast

Advertisment

ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ।  

Advertisment

ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁର ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା।  ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା। ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣ ଗୁଡ଼ିକ ଫୁଟି ଥିଲା। ଫଳରେ ସେହି ଘରେ ଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ଆସି ଉଦ୍ଧାର କାର୍ଯ୍ୟ କରିଥିଲେ। ହେଲେ ସେତେବେଳକୁ ୪ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଆଉ ୪ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରର ଟିଣ ଛପର ପୂରା ଉଡ଼ି ଯାଇଛି। ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଟିଣ ଚଦର ଗୁଡ଼ିକ ଉଡ଼ି ଯାଇଥିଲା। 

୪ ମୃତକମାନେ ହେଲେ- ବୃନ୍ଦାବନ ସାହୁ, ବ୍ରଜ ବେହେରା, ସହଦେବ ବେହେରା ଓ ନିରଞ୍ଜନ ବେହେରା। ସହଦେବ ବେହେରା ଓ ନିରଞ୍ଜନ ବେହେରା ବାପ-ପୁଅ ଥିଲେ। ବୃନ୍ଦାବନ, ବ୍ରଜ ଓ ସହଦେବଙ୍କ ବୟସ ପ୍ରାୟ ୫୫ ବର୍ଷ ହୋଇଥିବା ବେଳେ ନିରଞ୍ଜନଙ୍କୁ ୨୫ ବର୍ଷ ହୋଇଥିଲା।  ଏହି ବିସ୍ଫୋରଣରେ ସହଦେବଙ୍କ ଆଉ ଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି। ବାକି ୩ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ସହଦେବ ଓ ନିରଞ୍ଜନ ଭୁଷଣ୍ଡପୁରର ହୋଇଥିବାବେଳେ ଅନ୍ୟମାନେ ନିରାକାରପୁର ଏବଂ କଣାସ ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ବାଣ ପ୍ରସ୍ତୁତି ବେଳେ ଘରେ କେଉଁ କାରଣରୁ ବିସ୍ଫୋରଣ ହେଲା, ତାହା ଜଣାପଡ଼ି।  ବାଣ ପ୍ରସ୍ତୁତ ବେଳେ ଅସାବଧାନ ଯୋଗୁ ଏହି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଏଠାରେ ବାଣ ତିଆରି କରିବା ପାଇଁ ପ୍ରଶାସନର ଅନୁମତି ନଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। 

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଭୂଷଣ୍ଡପୁର ଗାଁରେ ବିନା ଅନୁମତିରେ ବାଣ ତିଆରି କରାଯାଉଥିଲା। ବାଣ ପାଇଁ କେଉଁଠୁ କଞ୍ଚାମାଲ ଆସୁଥିଲା ତା’ର ବି ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଦିନ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଣ କାରଖାନାର ମାଲିକଙ୍କ ମୃତ୍ୟୁ ଘଟିଥିଲା।  

Firecracker Explosion Crackers Blast Khordha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe