Advertisment

ବିଧାନସଭା ପାଇଁ ଆଜିଠୁ ଟ୍ରାଫିକ କଟକଣା; ଜାଣନ୍ତୁ, କେଉଁ ରୁଟ୍‌ରେ ଯିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ବେଳେ ଆତ୍ମଦାହ ଉଦ୍ୟମ ଘଟଣା ବୃଦ୍ଧି ପାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ଆଜିଠୁ ବିଧାନସଭା ଅଧିବେଶନର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଜାରି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ। […]

ଅଦ୍ୟତନ ହୋଇଛି
ବିଧାନସଭା ପାଇଁ ଆଜିଠୁ ଟ୍ରାଫିକ କଟକଣା; ଜାଣନ୍ତୁ, କେଉଁ ରୁଟ୍‌ରେ ଯିବେ
Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ବେଳେ ଆତ୍ମଦାହ ଉଦ୍ୟମ ଘଟଣା ବୃଦ୍ଧି ପାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ଆଜିଠୁ ବିଧାନସଭା ଅଧିବେଶନର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ।

Advertisment

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଜାରି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ। ଏଜି ଛକରୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧି ପାର୍କ ରାସ୍ତାରେ ଆଗକୁ ଯିବେ।

ମାଷ୍ଟର କ୍ୟାଣ୍ଟିନ ପଟୁ ଲୋଏର ପିଏମଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଉପର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ  ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ପାୱାର ହାଉସ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନବେଳେ ବିଭିନ୍ନ ଆଡ଼କୁ ଲୋକେ ଆସି ନିଜର ସମସ୍ୟା ପାଇଁ ଆତ୍ମଦାହ ଉଦ୍ୟମ ଭଳି ପଦକ୍ଷେପ ନେଉଥିବାରୁ କମିଶନରେଟ ପୁଲିସ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe