Advertisment

୧୦ ବର୍ଷ ହେଲା ସବୁ ଠିକ୍‌ଠାକ୍ ଥିଲା, ହଠାତ୍ କାହିଁକି ବଦଳିଗଲା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜକୁ ପ୍ରାୟ ୨୩ ବର୍ଷ ତଳେ ଅର୍ଥାତ୍ ୧୯୯୭ ମସିହାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବଚନମଣ୍ଡଳୀ ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳର ମୂଳଦୂଆ ପଡ଼ିଥିଲା। ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଏହା ଏକ ପ୍ରମୁଖ ଭୂମିକା ବହନ କରିବ ବୋଲି ଆଶା ଥିଲା। କାମ ଖୋଜିବା ପାଇଁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କୁ ଯେପରି ବାହାର ରାଜ୍ୟକୁ ଯିବା ନପଡ଼ିବ, ତାହା ଥିଲା ମୂଳ ଲକ୍ଷ୍ୟ। କିନ୍ତୁ ଏହାରି ଭିତରେ ୨୩ ବର୍ଷ ବିତିଯାଇଥିଲେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୦ ବର୍ଷ ହେଲା ସବୁ ଠିକ୍‌ଠାକ୍ ଥିଲା, ହଠାତ୍ କାହିଁକି ବଦଳିଗଲା?

sarua

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜକୁ ପ୍ରାୟ ୨୩ ବର୍ଷ ତଳେ ଅର୍ଥାତ୍ ୧୯୯୭ ମସିହାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବଚନମଣ୍ଡଳୀ ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳର ମୂଳଦୂଆ ପଡ଼ିଥିଲା। ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଏହା ଏକ ପ୍ରମୁଖ ଭୂମିକା ବହନ କରିବ ବୋଲି ଆଶା ଥିଲା। କାମ ଖୋଜିବା ପାଇଁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କୁ ଯେପରି ବାହାର ରାଜ୍ୟକୁ ଯିବା ନପଡ଼ିବ, ତାହା ଥିଲା ମୂଳ ଲକ୍ଷ୍ୟ। କିନ୍ତୁ ଏହାରି ଭିତରେ ୨୩ ବର୍ଷ ବିତିଯାଇଥିଲେ ହେଁ, ଏପର୍ଯ୍ୟନ୍ତ ଶିଳ୍ପାଞ୍ଚଳରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ।

Advertisment

ଏହି ଶିଳ୍ପାଞ୍ଚଳର ଚାରିପଟେ ଏବେ ଜଙ୍ଗଲ ମାଡିଗଲାଣି। ଏଠାରେ ଖୋଲିଥିବା ଅଧିକାଂଶ ଶିଳ୍ପସଂସ୍ଥା ଗେଟରେ ତାଲା ଝୁଲୁଛି। ଏଠାକୁ ନା ଶ୍ରମିକ ଆସୁଛନ୍ତି ନା ଶିଳ୍ପ ଉତ୍ପାଦନ ହେଉଛି? କାରଣ ସରକାରୀ ପ୍ରୋତ୍ସାହନ, କଞ୍ଚାମାଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଅଭାବରୁ ଏଠାରେ ଖୋଲିଥିବା ୨୦ରୁ ଅଧିକ ଶିଳ୍ପ ମଧ୍ୟରୁ ଅଧିକାଂଶ ରୁଗ୍‌ଣ ଅବସ୍ଥାରେ ରହିଛି। ଯାହା ଫଳରେ ସାରୁଅ ଶିଳ୍ପାଞ୍ଚଳ ସ୍ୱପ୍ନ ଏବେ ଦୁଃସ୍ୱପ୍ନରେ ପରିଣତ ହେବାକୁ ବସିଲାଣି।

ଏ ନେଇ ସ୍ଥାନୀୟ ବାସିନ୍ଦା କହୁଛନ୍ତି ଯେ ୨୦ଟି ଶିଳ୍ପ ମଧ୍ୟରୁ କେବଳ ୨ରୁ ୩ଟିରେ କାମ ଚାଲିଥିବା ବେଳେ ବାକି ସବୁ ବନ୍ଦ ହୋଇପଡିଛି। ତେବେ ଏଠିକାର କିଛି ଖଳ ପ୍ରବୃତ୍ତିର ଲୋକ ଶିଳ୍ପସଂସ୍ଥା ମାଲିକଙ୍କୁ ନିୟମିତ ଧମକଚମକ ଦେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି।

Advertisment

ସେପଟେ ଦୀର୍ଘ ୧୮ ଦିନ ହେଲା ସାରୁଅ ଓଟିଭି ଷ୍ଟୁଡିଓ ଆଗରେ ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି। ଚାକିରୀ ସ୍ଥାୟୀ କରିବା ଓ ଦରମା ବଢ଼ାଇବା ଦାବି କରି ଏମାନେ ଆନ୍ଦୋଳନ କରୁଥିବା କହୁଛନ୍ତି। ତେବେ ପ୍ରକୃତ କଥା କିନ୍ତୁ ଅଲଗା। ଏମାନେ ସ୍ୱଇଚ୍ଛାରେ ବସିନାହାନ୍ତି, ବରଂ ପ୍ରାୟୋଜିତ ଭାବେ ଏମାନଙ୍କୁ ଏଠାରେ ବସାଯାଇଛି। ଫଳରେ ୧୮ ଦିନ ହେଲା ଷ୍ଟୁଡିଓ ପରିସରରେ ସମସ୍ତ କାମ ଠପ୍ ହୋଇପଡ଼ିଛି

କମ୍ପାନୀ ଭିତରେ ଥିବା କର୍ମଚାରୀ ବି ବାହାରକୁ ଆସିନପାରି ଗୃହବନ୍ଦୀ ଭଳି ରହିଛନ୍ତି। ଏହାଦ୍ୱାରା କମ୍ପାନୀ ତ କ୍ଷତିଗ୍ରସ୍ତ ହେଉଛି, ତା ସହିତ ଓଟିଭି ଓ ତରଙ୍ଗ ଚ୍ୟାନେଲର ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କଳାକାର, ଟେକ୍ନିସିଆନ ଓ ଅନ୍ୟ ପେସାଦାରଙ୍କ ଜୀବନଜୀବୀକା ବି ଅଟକି ଯାଇଛି।

ତେବେ ଏହା ପଛରେ ମଧ୍ୟ କିଛି ରାଜନୀତି ରହିଥିବା କୁହାଯାଉଛି। ଦୀର୍ଘ ୧୦ ବର୍ଷ ହେବ ଯେଉଁ ସଂସ୍ଥା ଠିକଠାକ୍ ଚାଲିଥିଲା, ଆଜି ହଠାତ୍ କାହିଁକି ଏସବୁ ବିବାଦ ଉଠିଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏନେଇ ପୁଲିସ, କିମ୍ବା ଜିଲ୍ଲା ପ୍ରଶାସନ କେହି ବି ଏ ସଂକ୍ରାନ୍ତରେ ମୁହଁ ଖୋଲିନାହାନ୍ତି।

Otv