କଙ୍ଗାରୁ କୋର୍ଟରେ ଦୁଇ ଯୁବକଙ୍କୁ ଇଲେକ୍ଟ୍ରିକ୍ ସକ୍
- Published: Thursday, 12 October 2017
- , Updated: 12 October 2017, 09:01 AM IST
<p>ବ୍ରହ୍ମପୁର: ସଭ୍ୟ ସମାଜରେ ପୁଣି ବସିଲା କଙ୍ଗାରୁ କୋର୍ଟ। ଏଥର ଏହି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏଠାକାର ଆର୍ଜିପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡ଼ ଆର୍ଜିପଲ୍ଲୀରୁ ଆସିଛି ଏହି ଅଭିଯୋଗ। ଜଣେ ମହିଳାଙ୍କ ବ୍ୟାଗ୍‌ରୁ ସାଢ଼େ ୫ହଜାର ଟଙ୍କା ଚୋରାଇ ଜୁଆ ଖେଳିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ବାନ୍ଧି ଇଲେକ୍‌ଟ୍ରିକ୍‌ ସକ୍ ଦିଆଯିବା ନେଇ ଅଭିଯୋଗ ହୋଇଥିବା ବେଳେ ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।</p>
<p>ଅଭିଯୋଗ ଅନୁସାରେ, ଆର୍ଜିପଲ୍ଲୀର କାଳିଆ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ବ୍ୟାଗ୍‌ରୁ ଟଙ୍କା ଚୋରି ହୋଇଥିଲା। ଏହି ଅଭିଯୋଗରେ ସେ ନିଜ ସାଥୀଙ୍କ ସହ ମିଶି ନିଜର ଜଣେ ସମ୍ପର୍କୀୟ ଓ ତାଙ୍କ ବନ୍ଧୁଙ୍କୁ ଏକ ମଠ ପରିସରରେ ହାତ ବାନ୍ଧି ବସାଇଥିଲେ। ତା’ପରେ ସେଠାରେ ସେ ଦୁହିଁଙ୍କୁ ଇଲେକ୍‌ଟ୍ରିକ୍‌ ସକ୍‌ ଦିଆଯାଇଥିଲା। ଏସମ୍ପର୍କରେ ଜଣା ପଡ଼ିବା ପରେ ପୋଲିସ ୨ଜଣ ପୀଡ଼ିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସକ୍ ଦେଇଥିବା ଅଭିଯୁକ୍ତମାନେ ଫେରାର୍ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।</p>