ଚୀନରୁ ଘରକୁ ଫେରିଲେ ଓଡ଼ିଆ ଦମ୍ପତି
ଜୟପୁର (ଟି.ଗୌରୀଶଙ୍କର): ଚୀନରୁ ଓଡ଼ିଶାକୁ ଫେରିଛନ୍ତି ଓଡ଼ିଆ ଦମ୍ପତି। ଜୟପୁର ସହରର ବକ୍ସି ସାହିର ମାନସ ବକ୍ସି ଓ ତାଙ୍କ ପତ୍ନୀ ପ୍ରତିମା ସାହୁ ତିନି ବର୍ଷ ଧରି ଚୀନର ସିଆମେନେରେ ରହୁଥିଲେ। କରୋନା ପରେ ଅର୍ଥାତ ଗତ ଜାନୁଆରୀ ୨୧ ତାରିଖରେ ଏମାନେ ଜୟପୁରରେ ପହଞ୍ଚିଛନ୍ତି। ଚୀନରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ମାନସ ମାର୍ଚ୍ଚ ୮ ତାରିଖରେ ସିଆମେନେ ଫେରିଯିବେ। ତେବେ ଚୀନରେ କରୋନା ଆତଙ୍କ ନେଇ ମାନସ କହିଛନ୍ତି-“ଡିସେମ୍ୱର ୩୦ ତାରିଖରେ ଚୀନ୍ରେ […]
ଜୟପୁର (ଟି.ଗୌରୀଶଙ୍କର): ଚୀନରୁ ଓଡ଼ିଶାକୁ ଫେରିଛନ୍ତି ଓଡ଼ିଆ ଦମ୍ପତି। ଜୟପୁର ସହରର ବକ୍ସି ସାହିର ମାନସ ବକ୍ସି ଓ ତାଙ୍କ ପତ୍ନୀ ପ୍ରତିମା ସାହୁ ତିନି ବର୍ଷ ଧରି ଚୀନର ସିଆମେନେରେ ରହୁଥିଲେ। କରୋନା ପରେ ଅର୍ଥାତ ଗତ ଜାନୁଆରୀ ୨୧ ତାରିଖରେ ଏମାନେ ଜୟପୁରରେ ପହଞ୍ଚିଛନ୍ତି। ଚୀନରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ମାନସ ମାର୍ଚ୍ଚ ୮ ତାରିଖରେ ସିଆମେନେ ଫେରିଯିବେ।
ତେବେ ଚୀନରେ କରୋନା ଆତଙ୍କ ନେଇ ମାନସ କହିଛନ୍ତି-“ଡିସେମ୍ୱର ୩୦ ତାରିଖରେ ଚୀନ୍ରେ ପ୍ରଥମ କରୋନା ଭାଇରସ୍ ରୋଗୀ ଚିହ୍ନଟ ହୋଇଥିଲା। ଆମେ କିନ୍ତୁ ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଅଭିମୁଖେ ଆସିଥିଲୁ। ସେତେବେଳେ କରୋନା ନେଇ ଏତେ କିଛି ଭୟ ନଥିଲା। ମାତ୍ର ଏବେ କରୋନା କାୟା ବିସ୍ତାର କରିଛି। ମହାମାରୀର ରୂପ ନେଇସାରିଲାଣି। କରୋନା ଭାଇରସ୍ ପ୍ରଥମେ ଚୀନର ଖୋବେ ଦେଖିବାକୁ ମିଳିଥିଲା। ପରେ ଏହି ଭାଇରସ୍ ଓହାନ୍ ସହରକୁ ବ୍ୟାପୀଥିଲା।”
ଚୀନରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୨୧୧୮ରେ ପହଞ୍ଚିଛି। ଗତକାଲି ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୫୭୬ ହୋଇଛି। ଗତକାଲି ଗୋଟିଏ ଦିନରେ ୩୯୪ ଜଣ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୭୪୯ ଥିବାବେଳେ ଗତକାଲି ଏଥିରେ ସଂଖ୍ୟା ହ୍ରାସ ପାଇଛି। କେବଳ ହୁବେଇରେ ଗତକାଲି ୧୦୮ ଜଣ ପ୍ରାଣ ହରାଇଛନ୍ତି। ସେପଟେ ଚୀନରୁ ଆସିଥିବା ୬ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସେପଟେ ଜାପାନର ଉପକୂଳରେ ଲାଗିଥିବା ଜାହାଜରୁ ଉଦ୍ଧାର ହୋଇ ଚିକିତ୍ସାଧୀନ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି।