Advertisment

Murder: ନିଆଁରେ ଜଳି ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼, ହତ୍ୟା ଅଭିଯୋଗ

ପ୍ରିୟଙ୍କା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଟେକିଲି ନିବାସୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ଝିଅ। ୨୦୨୪ ଫେବ୍ରୁଆରୀ ମାସରେ ସେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଶିବଶଙ୍କର ପାତ୍ରଙ୍କୁ ବିବାହ କରିଥିଲେ।

Shibashankar and Priyanka

ଶିବଶଙ୍କର ପାତ୍ର ଓ ପ୍ରିୟଙ୍କା ପଣ୍ଡା

Advertisment

କୋରାପୁଟ ସହର ଓଏମପି କଲୋନିରେ  ଅଗ୍ନିକାଣ୍ଡରେ ଜଣେ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼। ମହିଳାଙ୍କ ବାପ ଘର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ଆଇଆରବି ଯବାନ ଶିବଶଙ୍କର ପାତ୍ରଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ି ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ପ୍ରିୟଙ୍କାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ଆଜି ଏହି ଘଟଣା ନୂଆ ‌ମୋଡ଼ ନେଇଛି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଟାଉନ ଥାନାରେ ଏଫଆଇଆର ଦେଇଛନ୍ତି।

ପ୍ରିୟଙ୍କା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଟେକିଲି ନିବାସୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ଝିଅ। ୨୦୨୪ ଫେବ୍ରୁଆରୀ ମାସରେ ସେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଶିବଶଙ୍କର ପାତ୍ରଙ୍କୁ ବିବାହ କରିଥିଲେ। ୟା ମଧ୍ୟରେ ସେ ମା’ ବି ହୋଇଯାଇଥିଲେ। ତାଙ୍କର ଏକ ୬ ମାସର ଝିଅ ଅଛି। 

Advertisment

ତାରିଣୀ ପ୍ରସାଦ ପଣ୍ଡା ଥାନାରେ ଦେଇଥିବା ଏତଲା ଅନୁଯାୟୀ, ଗତ କିଛି ମାସ ହେବ ଅଧିକ ଟଙ୍କା ଦାବି କରି ପ୍ରିୟଙ୍କାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ ଶିବଶଙ୍କର। ଏହାକୁ ନେଇ ସେ ବାରମ୍ବାର ଝଗଡ଼ା କରୁଥିଲେ। ଶିବଶଙ୍କରଙ୍କ ମା’, ଦାଦା ଓ ସାନ ଭଉଣୀ ବି ତାଙ୍କୁ ପନିକି ଏବଂ କାତି ମାଧ୍ୟମରେ ମାରି ପେଟ୍ରୋଲ ପକାଇ ପୋଡ଼ି ଦେଇଛନ୍ତି। ଆଉ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ୱାଶିଂ ମେସିନରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଗଲା ବୋଲି କହୁଛନ୍ତି। 

ଏହି ଘଟଣା ନେଇ ଟାଉନ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି ଯେ ମୃତ ମହିଳାଙ୍କ ବାପାଙ୍କ ଏତଲା ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe