ଫସିଲେ କିରାଣୀ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ

Ordigital Desk
  • Published: Wednesday, 23 August 2017
  • , Updated: 23 August 2017, 04:01 PM IST
<p>ନୂଆପଡ଼ା(ଓଡିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କିରାଣୀ। ବକେୟା ଟଙ୍କା ମଞ୍ଜୁର କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲକ୍ଷେ ଟଙ୍କା ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।</p> <p>ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଭୁବନ ପହରିଆ ଓ ଯଦୁମଣୀ ପହରିଆ ବିସ୍ଥାପିତ ହୋଇଥିଲେ। ଏଥିପାଇଁ ଏମାନଙ୍କୁ କ୍ଷତିପୂରଣ ବାବଦକୁ ପ୍ରଥମ କିସ୍ତି ମିଳିଥିଲା। ବାକି ୫ ଲକ୍ଷ ୧୧ ହଜାର ଟଙ୍କା ପାଇବା ପାଇଁ ଇନ୍ଦ୍ର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ଯ୍ୟାଳୟକୁ ବାରମ୍ୱାର ଯାଇ ନିରାଶ ହୋଇ ଫେରୁଥିଲେ। ତେବେ କିରାଣୀ ଶିଶିର କୁମାର ସାହୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ବକେୟା ମଞ୍ଜୁର କରିବେ ବୋଲି କହିଥିବା ଅଭିଯୋଗ ହୋଇଥିଲା। ଏଥିରେ ଭୁବନ ପହରିଆ ରାଜି ହେବା ସହିତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଭୁବନଙ୍କ ସମ୍ପର୍କୀୟ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ଶିଶିରଙ୍କୁ ଗିରଫ କରିଥିଲେ।</p>

Related story