Advertisment

ମେଗା ଶୋ’ରେ ଫ୍ୟୁଜ୍‌ ହେଲେ କୁନା ତ୍ରିପାଠୀ, କହିଲେ ୨୦୯୫ରେ କଳାହାଣ୍ଡି ଆସିଥିଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା, ମନ୍ତ୍ରୀ ପ୍ରଶାସକ ପର୍ଯ୍ୟନ୍ତ ସେ କାହାକୁ ଛାଡ଼ନ୍ତିନି। ସବୁ ବେଳେ ଅନ୍ୟମାନଙ୍କ ଭୁଲ ତ୍ରୁଟି ଦେଖି ଫ୍ୟୁଜ୍ କରୁଥିବା କୁନା ତ୍ରିପାଠୀ ଆଜି ନିଜେ ଫ୍ୟୁଜ୍‌ ହୋଇଯାଇଛନ୍ତି। ବ୍ୟଙ୍ଗ କରିବାରେ ମାହିର କୁନା ଆଜି ଏମିତି କିଛି କହିଛନ୍ତି ଯେଉଁଥିପାଇଁ ସେ ନିଜେ ବ୍ୟଙ୍ଗର ଶିକାର ହୋଇଛନ୍ତି। ସେ କୁଆଡ଼େ କଳାହାଣ୍ଡିକୁ ୨୦୯୫ରେ ବୁଲି ଆସିଥିଲେ। ଏହା ହୁଏତ ଆପଣଙ୍କୁ ଆଚମ୍ବିତ କରିପାରେ […]

ଅଦ୍ୟତନ ହୋଇଛି
ମେଗା ଶୋ’ରେ ଫ୍ୟୁଜ୍‌ ହେଲେ କୁନା ତ୍ରିପାଠୀ, କହିଲେ ୨୦୯୫ରେ କଳାହାଣ୍ଡି ଆସିଥିଲି

kuna01

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା, ମନ୍ତ୍ରୀ ପ୍ରଶାସକ ପର୍ଯ୍ୟନ୍ତ ସେ କାହାକୁ ଛାଡ଼ନ୍ତିନି। ସବୁ ବେଳେ ଅନ୍ୟମାନଙ୍କ ଭୁଲ ତ୍ରୁଟି ଦେଖି ଫ୍ୟୁଜ୍ କରୁଥିବା କୁନା ତ୍ରିପାଠୀ ଆଜି ନିଜେ ଫ୍ୟୁଜ୍‌ ହୋଇଯାଇଛନ୍ତି। ବ୍ୟଙ୍ଗ କରିବାରେ ମାହିର କୁନା ଆଜି ଏମିତି କିଛି କହିଛନ୍ତି ଯେଉଁଥିପାଇଁ ସେ ନିଜେ ବ୍ୟଙ୍ଗର ଶିକାର ହୋଇଛନ୍ତି।

Advertisment

ସେ କୁଆଡ଼େ କଳାହାଣ୍ଡିକୁ ୨୦୯୫ରେ ବୁଲି ଆସିଥିଲେ। ଏହା ହୁଏତ ଆପଣଙ୍କୁ ଆଚମ୍ବିତ କରିପାରେ କିନ୍ତୁ ସେ ଆଜି କହୁ କହୁ ଏମିତି ହିଁ କହିଚାଲିଥିଲେ। କୁନା ତ୍ରିପାଠୀ ଚାହିଁଥିଲେ ତ୍ରୁଟି ସୁଧାରିପାରିଥାନ୍ତେ। କିନ୍ତୁ ସେ ଆଜି ଏତେ ଏକ୍ସାଇଟେଡ୍‌ ଥିଲେ ଯେ, ସେଥିପାଇଁ ସବୁ ଠିକ୍‌କରି କହିବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନଥିବ। କଥା ହେଉଛି ଆଜି କଳାହାଣ୍ଡିରେ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମେଗା ଶୋ’ ଆୟୋଜନ କରାଯାଇଥିଲା।

ଖୋଦ ରାଇଜ ମୁଖିଆ ନବୀନ ପଟ୍ଟନାୟକ ପଟୁଆର ସହ ଦଳବଳ ନେଇ ଯାଇଥିଲେ। କୁହାଯାଉଛି ମାଳ ମାଳ ଦଳୀୟ କର୍ମୀ ଓ ନେତାଙ୍କ ସହ ବିଜେଡିରୁ ପ୍ରାୟ ୮୦ ଜଣ ବିଧାୟକ ଯୋଗ ଦେଇଥିଲେ। ନାଚ, ଗୀତ ଭାଷଣ ବାଜିରେ ମଞ୍ଚ ଦୁଲୁକୁଥିଲା। ମୁଖ୍ୟମନ୍ତ୍ରୀଙ୍କର ବି ଜୟଜୟକାର ଧ୍ୱନିରେ ସଭା ସ୍ଥଳ କମ୍ପି ଉଠୁଥିଲା। ଯୋଜନା ମୁତାବକ ମକର ଉତ୍ସବ ଦେଖି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Advertisment

ପୁଣି କରୋନା ବେଳେ ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ଖୋଲା ଷ୍ଟେଜ୍‌କୁ ଯାଇଥିବାରୁ ସଭାର ମାହୋଲ ପୂରା ଜମି ଯାଇଥିଲା। କାର୍ଯ୍ୟକ୍ରମକୁ ପରିଚଳାନା ପାଇଁ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ତଥା ବେଷ୍ଟ ଉପସ୍ଥାପକ ଭାବେ ପରିଚିତ କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ବିକାଶ ଫ୍ୟାକ୍ଟରକୁ ପ୍ରଶଂସା କରିବାକୁ ଯାଇ କୁନା କହିଥିଲେ ଯେ, ମୁଁ ୨୦୧୯ରେ କଳାହାଣ୍ଡି ଆସିଥିଲି। ଏତିକିବେଳେ ତାଙ୍କ ପାଟିରୁ ୨୦୮୫ ଖସିଯାଇଥିଲା। ସଙ୍ଗେ ସଙ୍ଗେ ଏହାକୁ ସୁଧାରି ଦେଇ ୨୦୧୯ କହିଥିଲେ। ପୁଣି ଆଗକୁ ବଢ଼ିଥିଲେ କୁନା ତ୍ରିପାଠୀ। କହିଥିଲେ ୨୦୯୫ରେ ମଧ୍ୟ ସେ କଳାହାଣ୍ଡି ଆସିଥିଲେ। ସେ କହିଥିଲେ ଜୁନାଗଡ଼ରେ ବିଶ୍ୱସ୍ତରୀୟ ଇଣ୍ଡୋର ହଲ କରାଯାଇଛି। ଆମେ କେବଳ କଟକ, ଭୁବନେଶ୍ୱର ଦେଖିଥିଲୁ। ଆଜି କଳାହାଣ୍ଡି, ଜୁନାଗଡ଼, ଭବାନୀପାଟଣାକୁ ଦେଖିଲେ ବିଶ୍ୱାସ କରି ହେଉନି ଏହା କୌଣସି ସହର ସହ ସମକକ୍ଷ ହୋଇପାରିବ। ଖାସ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

ଅଧିକ ପଢନ୍ତୁ : ଟିଏମସି ଛାଡ଼ିବାର ସଙ୍କେତ ଦେଲେ ସାଂସଦ ଶତାବ୍ଦୀ ରୟ

Naveen Patnaik Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe