ରାସ୍ତା ନ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତିଙ୍କ ଜୀବନ

ବୀରମିତ୍ରପୁର (ରାକେଶ ସାହୁ): ଗାଁକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ତେଣୁ ପ୍ରସବ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ପ୍ରସୂତିଙ୍କ ଜୀବନ। ଫଳରେ ଜନ୍ମ ହେଉ ହେଉ ମା’ ଛେଉଣ୍ଡ ହୋଇଗଲା ଛୁଆ। ହୁଏତ ରାସ୍ତା ଥିଲେ ଉପଯୁକ୍ତ ଚିକିତ୍ସା ପାଇ ପ୍ରସୂତି ଜଣଙ୍କ ବଞ୍ଚି ଯାଇପାରିଥାନ୍ତେ ବୋଲି କହିଛନ୍ତି ଗ୍ରାମବାସୀ। ଏପରି ଏକ ହୃଦୟ ବିଦାୟକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଲସେରା ପାତ୍ରାଟୋଲି ବସ୍ତିରେ ଘଟିଛି।  ମୃତ […]

road

Niharika Rout
  • Published: Thursday, 06 January 2022
  • , Updated: 06 January 2022, 12:29 PM IST

ବୀରମିତ୍ରପୁର (ରାକେଶ ସାହୁ): ଗାଁକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ତେଣୁ ପ୍ରସବ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ପ୍ରସୂତିଙ୍କ ଜୀବନ। ଫଳରେ ଜନ୍ମ ହେଉ ହେଉ ମା’ ଛେଉଣ୍ଡ ହୋଇଗଲା ଛୁଆ। ହୁଏତ ରାସ୍ତା ଥିଲେ ଉପଯୁକ୍ତ ଚିକିତ୍ସା ପାଇ ପ୍ରସୂତି ଜଣଙ୍କ ବଞ୍ଚି ଯାଇପାରିଥାନ୍ତେ ବୋଲି କହିଛନ୍ତି ଗ୍ରାମବାସୀ। ଏପରି ଏକ ହୃଦୟ ବିଦାୟକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଲସେରା ପାତ୍ରାଟୋଲି ବସ୍ତିରେ ଘଟିଛି।  ମୃତ ମହିଳା ଜଣଙ୍କ ହେଲେ ମଦନ ମାଝୀଙ୍କ ପତ୍ନୀ ଦ୍ରୌପଦୀ ମାଝୀ।

ସୂଚନା ଅନୁଯାୟୀ, ଦ୍ରୌପଦୀଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା। ଦ୍ରୌପଦୀଙ୍କ ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଡକାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଶେଷରେ ଘରେ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଦ୍ରୌପଦୀ। ଶିଶୁକନ୍ୟାକୁ ପ୍ରସବ କରିବା ପରେ ହଠାତ୍‌ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ସେତେବେଳକୁ ଆମ୍ବୁଲାନ୍ସ ଆସି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ୨୪୩ ନମ୍ବର ଜାତୀୟ ରାଜପଥରେ ପହଞ୍ଚି ସାରିଥିଲା । ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ସେଠାରେ ଛିଡ଼ା ହୋଇଥିଲା।

[caption id="attachment_704486" align="aligncenter" width="650"] ଜନ୍ମ ହେଉ ହେଉ ମା’ ଛେଉଣ୍ଡ ହୋଇ ପଡ଼ିଥିବା ଶିଶୁ।[/caption]

ଏହାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଦ୍ରୌପଦୀଙ୍କୁ  ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଉଥିବା ବେଳେ ତାଙ୍କ ଜୀବନ ଚାଲିଗଲା।

ଏନେଇ ସ୍ଥାନୀୟ ବାସିନ୍ଦା ଭର୍ତ୍ତୃ ସାହୁ କହିଛନ୍ତି, ପିଲା ଦିନୁ ଗାଁକୁ ରାସ୍ତା ହେଉ ନ ଥିବା ଦେଖି ଆସିଛୁ। ତେଣୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁନି।  ଦ୍ରୌପଦୀଙ୍କର ବାଟରେ ହିଁ ଜୀବନ ଚାଲିଗଲା। ସବୁବେଳେ ରାସ୍ତା କରିଦେବା ବୋଲି ପ୍ରତିଶ୍ରୁତି ଦେଇ ରାଜନେତା ଭୋଟ୍‌ ହାତେଇ ନେଉଥିବା ବେଳେ ଏଥର କିନ୍ତୁ ସେପରି କିଛି ହେବାକୁ ଦେବୁନି। ରାସ୍ତା କଲେ ଯାଇ ଭୋଟ ଦେବୁ। ନଚେତ ଭୋଟ ଦେବୁନି।

Related story