Advertisment

କିଏ ସେ ରହସ୍ୟମୟୀ ମହିଳା, ଯିଏ ଚାନ୍ଦିପୁର ଆସିବାକୁ ଚାହୁଁଥିଲେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳା କିଏ? ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନଥିବା ବେଳେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡାଙ୍କ କହିବା ଅନୁସାରେ ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋଶାଲ୍‌ ମିଡ଼ିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ଭିନ୍ନ ଭିନ୍ନ ଫଟୋର ଡିପି ଦେଇଥିଲା। ସେହି ଆକାଉଣ୍ଟରେ ରହସ୍ୟମୟୀ ମହିଳା ଜଣକ ଆଇଟିଆର୍‌ କର୍ମଚାରୀ ଓ ୪ ଠିକା […]

author-image
Manoranjan Sial
କିଏ ସେ ରହସ୍ୟମୟୀ ମହିଳା, ଯିଏ ଚାନ୍ଦିପୁର ଆସିବାକୁ ଚାହୁଁଥିଲେ?

Balasore

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳା କିଏ? ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନଥିବା ବେଳେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡାଙ୍କ କହିବା ଅନୁସାରେ ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋଶାଲ୍‌ ମିଡ଼ିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ଭିନ୍ନ ଭିନ୍ନ ଫଟୋର ଡିପି ଦେଇଥିଲା। ସେହି ଆକାଉଣ୍ଟରେ ରହସ୍ୟମୟୀ ମହିଳା ଜଣକ ଆଇଟିଆର୍‌ କର୍ମଚାରୀ ଓ ୪ ଠିକା କର୍ମଚାରୀଙ୍କ ସହିତ କଥା ହେଉଥିଲେ। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ଏପରିକି ସେମାନଙ୍କ ସହିତ ଭିଡିଓ କଲ୍‌ରେ କଥା ହୋଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଆସିବାକୁ ଚାହୁଁଥିଲେ ରହସ୍ୟମୟୀ ମହିଳା। ଏନେଇ କ୍ରାଇମବ୍ରାଞ୍ଜ ଏଡିଜି ସୂଚନା ଦେଇଛନ୍ତି।

Advertisment

ଏଡିଜି ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ରହସ୍ୟମୟୀ ମହିଳା ଜଣକ ଫୋନ୍‌ରେ ମଧ୍ୟ କଥା ହେଉଥିଲେ। ସେ ୟୁକେ ଫୋନ୍‌ ନମ୍ବର ବ୍ୟବହାର କରୁଥିଲେ। ବର୍ତ୍ତମାନ ସେହି ଫୋନ୍‌ ବାବଦରେ ତନାଘନା ଚାଲିଛି। ସେହିପରି ଜଣେ ଅଭିଯୁକ୍ତଙ୍କ ପାଖକୁ ଦୁବାଇରୁ ଟଙ୍କା ଆସିଛି। ଏହି ଆଉ କାହା ପାଖକୁ ଆସିଛି, ତାହା ଉପରେ ମଧ୍ୟ ତଦନ୍ତ ଚାଲିଛି। ଏବେ ସୁଦ୍ଧା ରହସ୍ୟମୟୀ ମହିଳାଙ୍କ ପ୍ରକୃତ ପରିଚୟ ଜଣାପଡ଼ି ନାହିଁ। ସେ ଏବେ କେଉଁଠି ଅଛନ୍ତି, ତାହା ଉପରେ ତର୍ଜମା ଚାଲିଛି। ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯାଇପାରେ ବୋଲି ଏଡିଜି କହିଛନ୍ତି।

ଡିଆର୍‌ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ- ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଚୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତଙ୍କଠାରୁ ସତ ଓଗାଳିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ଆଣିଥିଲା। କ୍ରାଇମବ୍ରାଞ୍ଚ, ଏନ୍‌ଆଇଏ ଓ ଏୟାରଫୋର୍ସ ଟିମ୍‌ ୫ ଅଭିଯୁକ୍ତଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।