ମହାମାରୀରେ ବି ଭୂମିହୀନ ଚାଷୀଙ୍କୁ ଭଣ୍ଡେଇବେ: ‘କାଳିଆ’ ପରେ ‘ବଳରାମ’

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନା ଆରମ୍ଭ କରିଥିବା ରାଜ୍ୟ ସରକାର ସେହି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବାବେଳେ ଏବେ କରୋନା ମହାମାରୀ ସମୟରେ ଚାଷୀଙ୍କ ଭାବାବେଗ ସହ ଖେଳିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ‘କାଳିଆ’ ପରେ ‘ବଳରାମ’ ନାଁରେ ଏକ ନୂଆ ଯୋଜନା ଭୂମିହୀନ ଚାଷୀଙ୍କ ପାଇଁ ଆଜି ଘୋଷଣା କରିଛନ୍ତି। ୨ବର୍ଷ ମଧ୍ୟରେ ରାଜ୍ୟର ୭ଲକ୍ଷ ଭୂମିହୀନ ଚାଷୀଙ୍କୁ ୨୨୪କୋଟି ଟଙ୍କାର କୃଷିଋଣ ଯୋଗାଇବାକୁ ଏହି ‘ବଳରାମ’ ଯୋଜନା […]

kalia-750x430-1

kalia-750x430-1

Manoranjan Sial
  • Published: Thursday, 02 July 2020
  • Updated: 02 July 2020, 10:25 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନା ଆରମ୍ଭ କରିଥିବା ରାଜ୍ୟ ସରକାର ସେହି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବାବେଳେ ଏବେ କରୋନା ମହାମାରୀ ସମୟରେ ଚାଷୀଙ୍କ ଭାବାବେଗ ସହ ଖେଳିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ‘କାଳିଆ’ ପରେ ‘ବଳରାମ’ ନାଁରେ ଏକ ନୂଆ ଯୋଜନା ଭୂମିହୀନ ଚାଷୀଙ୍କ ପାଇଁ ଆଜି ଘୋଷଣା କରିଛନ୍ତି। ୨ବର୍ଷ ମଧ୍ୟରେ ରାଜ୍ୟର ୭ଲକ୍ଷ ଭୂମିହୀନ ଚାଷୀଙ୍କୁ ୨୨୪କୋଟି ଟଙ୍କାର କୃଷିଋଣ ଯୋଗାଇବାକୁ ଏହି ‘ବଳରାମ’ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ସବୁବେଳେ ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅବା ମନ୍ତ୍ରୀମାନେ ଘୋଷଣା କରୁଥିବାବେଳେ ପ୍ରଥମଥର ପାଇଁ ‘ପ୍ରଶାସନିକ ଅଫିସର’ଙ୍କ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକ୍ଷମ ନିମନ୍ତେ ନିଷ୍ପତ୍ତି ହୋଇଛି। ତେବେ ‘କାଳିଆ’ ଯୋଜନାରେ ରାଜ୍ୟରେ ୨୫ଲକ୍ଷ ଭୂମିହୀନ ଚାଷୀଙ୍କୁ ଖୋଦ୍ ରାଜ୍ୟ ସରକାର ଚିହ୍ନଟ କରିଥିବାବେଳେ ଏବେ ମାତ୍ର ୭ଲକ୍ଷ ଚାଷୀଙ୍କୁ କୃଷିଋଣ ଦେବା କଥା କହିି କାହିଁକି ଭେଳିକି ସୃଷ୍ଟି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

କରୋନା ମହାମାର ଯୋଗୁ ରାଜ୍ୟର ଚାଷୀ ବିଶେଷକରି ଭୂମିହୀନ ଚାଷୀମାନେ ସଙ୍କଟରେ ରହିଥିବାବେଳେ ସେମାନଙ୍କୁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ (ଜେଏଲଜି) ମାଧ୍ୟମରେ ଋଣ ଦେବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ନାବାର୍ଡ ସହାୟତାରେ ଦେଶରେ ପ୍ରଥମଥର ପାଇଁ ଏଭଳି ଏକ ଯୋଜନା ପ୍ରସ୍ତୁତ କରାଯାଇଛି ଯେଉଁଠି ପ୍ରକୃତ ଚାଷୀଙ୍କୁ ୧୦୪୦କୋଟି ଟଙ୍କା କୃଷି ଋଣ ବ୍ୟାଙ୍କ ମାଧ୍ୟମରେ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରେ ପ୍ରତ୍ୟେକ ବ୍ୟାଙ୍କ ବର୍ଷକୁ ୧୦ଟି ଜେଏଲଜିକୁ ୧.୬୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦେବେ। ପ୍ରତି ଜେଏଲଜି ୫ଜଣ ଭୂମିହୀନ ଚାଷୀଙ୍କୁ ନେଇ ଗଠନ ହେବ। ରାଜ୍ୟରେ ୭ହଜାର ବ୍ୟାଙ୍କ ଥିବାବେଳେ ସେମାନେ ବର୍ଷକୁ ୭୦ହଜାର ଓ ୨ବର୍ଷରେ ୧.୪୦ଲକ୍ଷ ଜେଏଲଜି (ଗ୍ରୁପ)କୁ ଋଣ ଦେବେ। ଭୂମିହୀନ ଚାଷୀଙ୍କୁ ନେଇ ଗଠିତ ପ୍ରତ୍ୟେକ ଗ୍ରୁପକୁ ସର୍ବାଧିକ ୧.୬୦ଲକ୍ଷ ଟଙ୍କା ଋଣ ଦିଆଯିବାର ଥିବାବେଳେ ୨ବର୍ଷରେ ମୋଟ ୨୨୪ କୋଟି ଟଙ୍କା ଋଣ ବଣ୍ଟାଯିବ। ତେବେ ସେମାନଙ୍କ ପାଇଁ ଗ୍ୟାରେଣ୍ଟର କିଏ ରହିବ, ବ୍ୟାଙ୍କଗୁଡ଼ିକ କିଭଳି ସେମାନଙ୍କର ଋଣ ଅର୍ଥ ଆଦାୟ କରିବେ ସେ ନେଇ ସରକାରଙ୍କ ନିରବ ଥିବାବେଳେ କେବଳ ସୁଧ ରିହାତି ଦିଆଯିବ ବୋଲି ସଫେଇ ଦେଇଛନ୍ତି। ଆତ୍ମା ଓ ଇମେଜକୁ ନୋଡାଲ୍ ଏଜେନ୍ସୀ କରାଯାଇଛି ତଥା କୃଷକ ସାଥୀ ଓ ଗ୍ରାମ୍ୟ କୃଷକ ଅଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇ ଭୂମିହୀନ ଚାଷୀମାନଙ୍କୁ ନେଇ ଗ୍ରୁପ୍ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଚାଷୀଙ୍କ ଗ୍ରୁପ୍ ଗଠନ, ବ୍ୟାଙ୍କରୁ ଋଣ ଆଣିବା ଓ ଏହାର ପରିଶୋଧ କାର୍ଯ୍ୟ ଆତ୍ମା ମାଧ୍ୟମରେ କରାଯିବ।

ଅନ୍ୟପକ୍ଷରେ, ସାଧାରଣ ନିର୍ବାଚନ ପରେ ନିଜର ପଂଚମ ପାଳି ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍ ୨୦୧୯ ମେ’ ୨୯ତାରିଖରେ କ୍ୟାବିନେଟ୍ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭୫ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ହୋଇଥିବା କହିଥିଲେ। କ୍ୟାବିନେଟ ବୈଠକର ଦସ୍ତାବିଜ ଅନୁସାରେ ୫୦ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭାଗ ଚାଷୀ ଥିବାବେଳେ ୨୫ଲକ୍ଷ ଭୂମିହୀନ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଦିଆଯିବ। ସେହିଦିନ ପର୍ଯ୍ୟନ୍ତ ୪୨.୬୫ଲକ୍ଷ ଚାଷୀ (୯.୪ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ମିଶାଇ)କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା। ସରକାର ଆଉ ୧୫.୬ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ଦେବେ ବୋଲି କ୍ୟାବିନେଟରେ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ‘କାଳିଆ’ ଯୋଜନାକୁ ସୁଚିନ୍ତିତ ଢଙ୍ଗରେ ବନ୍ଦ କରିଦେଲେ ଓ ଏବେ ଚାଷୀଙ୍କ ମନ ରଖିବାକୁ ‘ବଳରାମ’ ନାଁରେ ନୂଆ ଯୋଜନା ଆଣି ଚାଷୀଙ୍କୁ ଭଣ୍ଡେଇବା ଆରମ୍ଭ କରିଛନ୍ତି। ରାଜ୍ୟରେ ୨୫ଲକ୍ଷ ଭୂମିହୀନ ଚାଷୀ ଥିବା ନିଜେ ସରକାର ଗତବର୍ଷ କହିଥିବାବେଳେ କିଭଳି ୨ବର୍ଷ ମଧ୍ୟରେ ମାତ୍ର ୭ଲକ୍ଷ ଚାଷୀଙ୍କୁ ଉପକୃତ କରିବା କଥା କହୁଛନ୍ତି ସେହି ଅଙ୍କ ଏବେ ନୂଆ ପ୍ରହେଳିକା ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story