ପଞ୍ଚଭୂତରେ ବିଲୀନ ହେଲେ ଓଟିଭି ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ର

ଜୟପୁର(ଟି. ଗୌରିଶଙ୍କର): ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୀୟଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଥିଲେ ମନୋଜ ।  ମନୋଜଙ୍କ ଅକସ୍ମାତ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ […]

cremation

Niharika Rout
  • Published: Wednesday, 15 December 2021
  • , Updated: 15 December 2021, 10:08 AM IST

ଜୟପୁର(ଟି. ଗୌରିଶଙ୍କର): ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୀୟଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଥିଲେ ମନୋଜ ।  ମନୋଜଙ୍କ ଅକସ୍ମାତ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିବା ସହ ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି । ଓଟିଭି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ମନୋଜ ପାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି । ଓଟିଭିର ସମସ୍ତ କର୍ମଚାରୀ ଶୋକସଭାରେ ଉପସ୍ଥିତ ରହି ମନୋଜଙ୍କ କର୍ତ୍ତବ୍ୟନିଷ୍ଠାକୁ ମନେ ପକାଇବା ସହ ତାଙ୍କ କାଯର୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।

Related story