ତୁମ ପାଇଁ ଜୀଉଁଥିଲି, ଏବେ ତୁମ ପାଇଁ ମରିଯାଉଛି...

‘ତୁମ ପାଇଁ ଜୀଉଁଥିଲି, ଏବେ ତୁମ ପାଇଁ ମରିଯାଉଛି। ଏବେ ମୁଁ ପୂରା ଏକୁଟିଆ ହୋଇଯାଇଛି। ଦୁନିଆ ଛାଡ଼ି ଯାଉଛି।’

ବାନ୍ଧବୀ ଓ ଡିଜେ ଆଜେକ୍ସ

  • Published: Wednesday, 22 March 2023
  • , Updated: 22 March 2023, 06:12 PM IST

ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ରହିଛି। ଏହାରି ଭିତରେ ଡିଜେ ଆଜେକ୍ସଙ୍କ ଶେଷ ଇ-ମେଲ୍‌ ସାମ୍ନାକୁ ଆସିଛି। ଯାହାକୁ ନେଇ ସେ ତାଙ୍କ ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ଲେଖିଥିଲେ। ଜିଜ୍ଞାସାଙ୍କ ପାଖକୁ ଆଜେକ୍ସ ଲେଖିଥିବା ଶେଷ ମେଲ୍ ଦେଲା ବଡ଼ ସୁରାକ। ମେଲରେ ଉଭୟଙ୍କ ଭିତରେ ‘ରଶ୍ମୀ’ ପାଇଁ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଶେଷ ମେଲରେ ନିଜର ଭଲପାଇବା, କ୍ଷୋଭ ସଂପର୍କରେ ଲେଖିଛନ୍ତି ଆଜେକ୍ସ

ଇ-ମେଲରେ ସେ ଲେଖିଛନ୍ତି, ତୁମେ ତ ଏବେ ରଶ୍ମୀ ସହ ବୁଲୁଛ। ଲସି ପିଉଛ। ସହିବି କେମିତି? ତୁମ ପାଇଁ ଜୀଉଁଥିଲି, ଏବେ ତୁମ ପାଇଁ ମରିଯାଉଛି। ଏବେ ମୁଁ ପୂରା ଏକୁଟିଆ ହୋଇଯାଇଛି। ଦୁନିଆ ଛାଡ଼ି ଯାଉଛି। ମୁଁ ତୁମକୁ ପାଗଳ ଭଳି ଭଲପାଏ। କିନ୍ତୁ ତୁମେ ଏବେ ରଶ୍ମୀର ହୋଇଯାଇଛ। ତୁମେ ଭୂତ ହୋଇଯାଅ କହୁଥିଲ, ମୁଁ ଭୂତ ହୋଇଗଲି।…… ସପ୍ତାହେ ହେଲା ମୁଁ ଶୋଇପାରୁ ନାହିଁ। ସ୍ଳିପିଂ ଟେବ୍‌ଲେଟ୍‌ ଖାଉଛି। ମାନସିକ ଚାପରେ ରହିଛି। ମୁଁ ଏବେ ଯାଉଛି। ତୁମେ ଖୁସିରେ ରୁହ। ମୁଁ ହାରିଗଲି, ମରିଯାଉଛି ବୋଲି ଆଜେକ୍ସ ଲେଖିଛନ୍ତି।

 

ଗତ ଶନିବାର ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଖାରବେଳ ସ୍ଥିତ ତାଙ୍କ ଘରୁ ଉଦ୍ଧାର ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚା ହେଉଛି। ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ଡିଜେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଦଫା ୩୦୬ ଲଗାଇଥିଲା। ଏଥିସହ ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ୩ ଘଣ୍ଟା ଜେରା କରିଥିଲା। ପୁଲିସ୍ ତାଙ୍କୁ ତାଙ୍କ ଜାଆଁଳା ସ୍ଥିତ ଘରେ ଜେରା କରିଥିଲା। ଏହାସହ ଆଜେକ୍ସଙ୍କ କଲ୍ ଡିଟେଲ, ହ୍ୱାଟ୍‌ସ ଆପ୍ ଚାଟ୍‌ ଓ ମେସେଜକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ୍।

Related story