Advertisment

ରଘୁନାଥଙ୍କ ବଡ଼ ପୁଅ ବି ଚାଲିଗଲେ, ଗତକାଲି ସାନ ପୁଅ ଆଖି ବୁଜି ଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ମେ’ ୧୯ ତାରିଖରେ ଅର୍ଥାତ୍ ଗତକାଲି ପ୍ରାଣ ହରାଇଥିଲେ ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ର। ଆଉ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର। ସେ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୨ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ରଘୁନାଥଙ୍କ ବଡ଼ ପୁଅ ବି ଚାଲିଗଲେ, ଗତକାଲି ସାନ ପୁଅ ଆଖି ବୁଜି ଥିଲେ

Raghunath Mohapatra & his son

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ମେ’ ୧୯ ତାରିଖରେ ଅର୍ଥାତ୍ ଗତକାଲି ପ୍ରାଣ ହରାଇଥିଲେ ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ର। ଆଉ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର। ସେ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୨ ବର୍ଷ ହୋଇଥିଲା।

Advertisment

ବାପା ଓ ସାନ ଭାଇଙ୍କ ଭଳି ଯଶୋବନ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ତେବେ ରଘୁନାଥ ଓ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକେ ଗତକାଲି ଯଶୋବନ୍ତଙ୍କୁ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରି ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୨ ଦିନ ଭିତରେ ବାପପୁଅ ତିନି ଜଣ ପୂରା ପରିବାରକୁ ଦୁଃଖର ସାଗରରେ ଭସାଇ ଚାଲିଗଲେ।

ଗତକାଲି ସକାଳ ୭ଟା ୫୧ ମିନିଟ୍‌ରେ ୪୭ ବର୍ଷ ବୟସରେ ଯଶୋବନ୍ତଙ୍କ ସାନ ଭାଇ ପ୍ରଶାନ୍ତ ମହାପାତ୍ର ଭୁବନେଶ୍ୱର ସ୍ଥିତ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ କରୋନାରୁ ମୁକ୍ତ ହୋଇଥିଲେ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହୋଇଗଲା। ତେଣୁ ତାଙ୍କୁ ରେସ୍‌ପେରେଟୋରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ସକାଳେ ତାଙ୍କର ପରଲୋକ ହୋଇଥିଲା।

Advertisment

ଗତକାଲି ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ପ୍ରଶାନ୍ତଙ୍କ ଦେହାନ୍ତ ଖବର ଦେବା ସମୟରେ ଯଶୋବନ୍ତ ମହାପାତ୍ରଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ। ତାଙ୍କୁ କୋଭିଡ୍ ଆଇସିୟୁରେ ରଖାଯାଇଥିବା ସେ କହିଥିଲେ।

ସୂଚନାଯୋଗ୍ୟ, ମେ’ ୯ ତାରିଖ ଅପରାହ୍ଣ ୩ଟା ୪୯ ମିନିଟ୍‌ରେ ରଘୁନାଥ ମହାପାତ୍ର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ

Raghunath Mohapatra