ଆରମ୍ଭ ହେଲା ବାଜରା ମିଶନ: ୭ ଆଦିବାସୀ ଜିଲ୍ଲାରେ ଏହି ଯୋଜନା ଚାଲିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆରମ୍ଭ ହେବ ବାଜରା ମିଶନ। ଏନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ। ଆଦିବାସୀଙ୍କ ସହ ଢିପ ଅଞ୍ଚଳର ବିକାଶ ଏହି ଯୋଜନାରେ […]

Grain_millet,_early_grain_fill,_Tifton,_7-3-02

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 10:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆରମ୍ଭ ହେବ ବାଜରା ମିଶନ। ଏନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ। ଆଦିବାସୀଙ୍କ ସହ ଢିପ ଅଞ୍ଚଳର ବିକାଶ ଏହି ଯୋଜନାରେ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ବର୍ଷଏହି ରାଶିକୁ ବଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ରାଜ୍ୟର ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୩୦ ବ୍ଲକ୍‌ରେ ଚାଲିବ। ଏହାକୁ ୧୧ଟି ଜିଲ୍ଲାର ୫୫ ବ୍ଲକ୍‌କୁ ସମ୍ପ୍ରସାରଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।

Related story