ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ସଂଘଟିତ ନିର୍ବାଚନୀ ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତ ଶିଖର ଜେନା ଗିରଫ। ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଆଜି ଶିଖରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ପୁଲିସ ମାମଲା ରୁଜୁ କରିଛି। ଏହାକୁ ନେଇ ଥାନା ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଖର ଜେନାଙ୍କ ସମର୍ଥକମାନେ ଦୀର୍ଘ ସମୟ ଧରି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। କଣ ପାଇଁ ଶିଖର ଜେନାଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ?
ଲକ୍ଷ୍ମୀସାଗର ୩୨ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟରଙ୍କ ଭାଇ ହେଉଛନ୍ତି ଶିଖର ଜେନା। ଗତ ଶୁକ୍ରବାର ଦିନ ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ନିର୍ବାଚନୀ ଗଣ୍ଡଗୋଳରେ ତାଙ୍କର ସଂପୃକ୍ତି ନେଇ ବିଜେପି ଅଭିଯୋଗ ଆଣିଥିଲା। ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ସ୍ୱାମୀ, ଦିଅର ଓ ଭାଇଙ୍କୁ ଥାନା ସମ୍ମୁଖରେ ଶିଖର ଜେନା ସମେତ ଶ୍ରୀଧର ଜେନା ଓ ଦିଲ୍ଲୀପ ଜେନା ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲା ବିଜେପି। ଏପରିକି ଶିଖର ଜେନା ଫାୟାରିଂ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ କମିଶନରେଟ୍ ପୁଲିସ୍ର ଏକ ଟିମ୍ ଶିଖର ଜେନା ଘରେ ରେଡ୍ କରିଥିଲା। ପରେ ତାଙ୍କୁ ଗିରଫ କରିଲା ପୁଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।