Advertisment

ଚାଷୀଙ୍କ ଦୁଃଖ ‘ଏଲ୍‌ଇଡି ଲାଇଟ୍‌’, ଗର୍ଭଧାରଣ କରିପାରୁନି ଧାନଗଛ

ବରଗଡ଼ (ଦୀପକ ଶର୍ମା): ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳୁଛି ରାସ୍ତାକଡ଼ରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌। ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କ ପାଇଁ ଏହା ଜରୁରୀ। କିନ୍ତୁ ଅନ୍ଧାର ଦୂର କରି ଆଲୁଅ ଦେଉଥିବା ଏହି ଏଲ୍‌ଇଡି ଲାଇଟ୍‌ ଏବେ ଚାଷୀଙ୍କ ଜୀବନକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ଯାଉଛି। କାରଣ ଧାନ ଗଛର ଗର୍ଭଧାରଣ କ୍ଷମତାକୁ ନଷ୍ଟ କରି ଦେଉଛି ଏଲ୍‌ଇଡି ଲାଇଟ୍‌। ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। ଆଉ ଏହାକୁ ସ୍ୱୀକାର […]

ଚାଷୀଙ୍କ ଦୁଃଖ ‘ଏଲ୍‌ଇଡି ଲାଇଟ୍‌’, ଗର୍ଭଧାରଣ କରିପାରୁନି ଧାନଗଛ

Crop

Advertisment

ବରଗଡ଼ (ଦୀପକ ଶର୍ମା): ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳୁଛି ରାସ୍ତାକଡ଼ରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌। ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କ ପାଇଁ ଏହା ଜରୁରୀ। କିନ୍ତୁ ଅନ୍ଧାର ଦୂର କରି ଆଲୁଅ ଦେଉଥିବା ଏହି ଏଲ୍‌ଇଡି ଲାଇଟ୍‌ ଏବେ ଚାଷୀଙ୍କ ଜୀବନକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ଯାଉଛି। କାରଣ ଧାନ ଗଛର ଗର୍ଭଧାରଣ କ୍ଷମତାକୁ ନଷ୍ଟ କରି ଦେଉଛି ଏଲ୍‌ଇଡି ଲାଇଟ୍‌। ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ। ଆଉ ଏହାକୁ ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ଅଧିକାରୀ।

Advertisment

ଯେଉଁ ଦିନ ଠାରୁ ଅତାବିରା ସହରାଞ୍ଚଳରେ ଚାଷ ଜମି ଥିବା ରାସ୍ତାକଡ଼ରେ ଏଲ୍‌ଇଡି ଲାଇଟ୍ ଲଗା ହେଲାଣି, ସେହି ଦିନଠୁ ଉଜୁଡ଼ି ଯାଉଛି ଫସଲ। ଜମିରେ ଯେତିକି ଅଞ୍ଚଳରେ ଏହାର ଆଲୁଅ ପଡ଼ୁଛି, ସେତିକି ଅଞ୍ଚଳର ଧାନ ଫସଲ ନଷ୍ଟ ହୋଇଯାଉଛି। ବିଦ୍ୟୁତ୍ ଖୁଣ୍ଟ ଠାରୁ ପ୍ରାୟ ୧୫ ଫୁଟ୍ ଅଞ୍ଚଳରେ ଚାଷ ପ୍ରଭାବିତ ହେଉଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ଏଲ୍‌ଇଡି ଲାଇଟ୍‌ରୁ ପଡ଼ୁଥିବା ଆଲୁଅ ଯୋଗୁ ଧାନ ଗଛ ଗୁଡ଼ିକ ଗର୍ଭଧାରଣ କରିପାରୁ ନାହାନ୍ତି। ଯଦି ବା କେଉଁଠି ଧାନକେଣ୍ଡା ବାହାରୁଛି, ସେଗୁଡ଼ିକ ହୃଷ୍ଟପୃଷ୍ଟ ହୋଇପାରୁ ନାହାନ୍ତି। ଔଷଧ ସିଞ୍ଚନ କଲେ ମଧ୍ୟ କାମ କରୁନି।

ମହାଦେବ ପ୍ରଧାନ ନାମକ ଜଣେ ଚାଷୀ କହିଛନ୍ତି, ଧାନ ଗଛ ଗୁଡ଼ିକର ଅବସ୍ଥା ଦେଖି ଔଷଧ ଦେଇଥିଲୁ। କିନ୍ତୁ କିଛି କାମ କଲା ନାହିଁ। ତେଣୁ ଅନୁମାନ କଲୁ ଯେ ରାତି ସାରା ଧାନ ଗଛରେ ଲାଇଟ୍ ପଡୁଥିବା ଯୋଗୁ ଆଉ କାକର ନପଡ଼ିବାରୁ ଏମିତି ହେଉଛି। ତେଣୁ ପରୀକ୍ଷାମୂଳକ ଭାବେ ରାତିରେ ଏକ ଜମିରେ ଲାଇଟ୍ ପଡୁଥିବା ସ୍ଥାନକୁ ବସ୍ତାରେ ଘୋଡ଼ାଇ ଦେଲୁ। ତା’ ପରେ ଦେଖିଲୁ ଧାନ ଗଛରେ କେଣ୍ଡା ବାହାରିଲା। ଏଣୁ ଆମେ ଅନୁମାନ କରୁଛୁ ଯେ ରାତିସାରା ଏଲ୍ଇଡି ଲାଇଟ୍ର ଆଲୁଅ ପଡୁଥିବା ଯୋଗୁ ଧାନ ଗଛରୁ କେଣ୍ଡା ବାହାରୁନାହିଁ।

Advertisment

ସିଆରଆରଆଇର ପ୍ରିନ୍ସପାଲ ସାଇଣ୍ଟିଷ୍ଟ ଏମ୍.ଜେ ବୈଗ୍ କହିଛନ୍ତି, ଦିନରେ ସୂର୍ଯ୍ୟାଲୋକ ପଡ଼ୁଛି। ପୁଣି ରାତିରେ ଫସଲ ଉପରେ ଲାଇଟ୍ ପଡୁଛି। ଫଳରେ ଫସଲ ଉପରେ ଯେତିକି ଆଲୁଅ ପଡ଼ିବା କଥା, ସେ ଅବଧି ଅଧିକ ହୋଇଯାଉଛି। ତେଣୁ ଫସଲ ଆଉ ଫୁଲ ଧରୁନି। ଫୁଲ ନ ହେଲେ ଧାନ ବାହାରିବ ନାହିଁ। ତେଣୁ ଚାଷୀ କ୍ଷତି ସହିବେ।

ବିଶେଷ କରି ଧଳା ଆଲୁଅ ପ୍ରଦାନ କରୁଥିବା ଏଲଇଡି ଲାଇଟ୍ ହିଁ ଧାନ ଫସଲ ଉପରେ କୁପ୍ରଭାବ ପକାଉଥିବା ଆଶଙ୍କା କରାଯାଉଥିବା ବେଳେ ବରଗଡ଼ ଜିଲ୍ଲା କୃଷି ବିଭାଗ କହିଛି, ଏଲିଡି ଲାଇଟର ପ୍ରଭାବ ଓ ଫସଲର ସୁରକ୍ଷା ନେଇ ଅନୁଧ୍ୟାନ କରାଯାଉଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି।

ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା କହିଛନ୍ତି, ରାସ୍ତାକଡ଼ରେ ଥିବା ଏଲ୍‌ଇଡି ଲାଇଟ୍ ୭ରୁ ୮ ଫୁଟ ପରିଧି ଭିତରେ ଫସଲକୁ ଆକ୍ରାନ୍ତ କରିଥାଏ। ଏହାର ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇ ପାରିବ, ସେଥିପାଇଁ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe