ରାଜ୍ୟରେ ଆଜି ବି ତଳମୁଁହା ମହାମାରୀ, ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଡରାଉଥିବା ମହାମାରୀ ଏବେ ତଳମୁଁହା। ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ଚି଼ହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୮୬୪ଟି ହେଉଛି ଲୋକାଲ୍‌ କେସ୍‌।  ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ୪୩୩୯ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଓ କଟକରୁ […]

covid-case

Niharika Rout
  • Published: Monday, 14 June 2021
  • , Updated: 14 June 2021, 05:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଡରାଉଥିବା ମହାମାରୀ ଏବେ ତଳମୁଁହା। ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ଚି଼ହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୮୬୪ଟି ହେଉଛି ଲୋକାଲ୍‌ କେସ୍‌। 

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ୪୩୩୯ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଓ କଟକରୁ ୪୮୦ ଜଣ ଚି଼ହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୨୨୬ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକରୁ ୨୦୯, ବଲାଙ୍ଗିରରୁ ୫୩ ଓ ବୌଦ୍ଧରୁ ୫୪ ଜଣ ଚି଼ହ୍ନଟ ହୋଇଛନ୍ତି।

ସେହିପରି ଦେବଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ  ୧୪୪, ଗଜପତିରୁ ୩୬, ଗଂଜାମରୁ ୨୯, ଜଗତସିଂହପୁରରୁ ୧୪୩, ଯାଜପୁରରୁ ୨୦୭, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୬୨, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୮୧, କେନ୍ଦୁଝରରୁ ୯୬, କୋରାପୁଟରୁ ୬୫, ମାଲକାନଗିରିରୁ ୫୦, ମୟୂରଭଂଜରୁ ୧୫୮, ନବରଙ୍ଗପୁରରୁ ୭୮, ନୟାଗଡ଼ରୁ ୧୪୯, ନୂଆପଡ଼ାରୁ ୧୪, ପୁରୀରୁ ୨୫୫, ରାୟଗଡ଼ାରୁ ୬୪, ସମ୍ବଲପୁରରୁ ୫୪, ସୋନୁପରରୁ ୮୪, ସୁନ୍ଦରଗଡ଼ରୁ ୧୭୮ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦୯ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୮ ଲକ୍ଷ ୫୬ ହଜାର ୧୨୧ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୯୬ ହଜାର ୭୯୯ ଜଣ ଆରୋଗ୍ୟ ହୋଇସାରିଛନ୍ତି। ରାଜ୍ୟରେ ଏବେ ୫୫୯୨୩ ଜଣ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଆଉ ୪୪ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି।

Related story