Advertisment

ନକଲି ଡାକ୍ତରଙ୍କର ହେବ ଖେଳ ଖତମ୍‌, ଧରା ପଡ଼ିବ ମିଛ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେବେଳେ ବିଦୁପ୍ରସାଦ ତ କେତେବେଳେ ରମଣୀରଞ୍ଜନ । ଏଭଳି ପରିଚୟ ବଦଳାଇ ବର୍ଷ ବର୍ଷ ଧରି ବିବାହ କରି ଚାଲିଥିବା ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଜି ହେଉଛି ଲାଏ ଡିଟେକସନ ଟେଷ୍ଟ ।  ରମେଶଙ୍କୁ ରିମାଣ୍ଡରେ ନେବା ପରେ ବି ସବୁ ସତ ଉଗାରି ପାରି ନ ଥିବା କମିଶନରେଟ ପୁଲିସ୍‌  ପକ୍ଷରୁ ଆଜି ତାଙ୍କ ମିଛ ଧରା ପରୀକ୍ଷା କରାଯାଉଛି।   ଏହି ପରୀକ୍ଷାରେ ଧୃତ ରମେଶ କେତେ ସତ କହୁଛନ୍ତି, […]

ଅଦ୍ୟତନ ହୋଇଛି
ନକଲି ଡାକ୍ତରଙ୍କର ହେବ ଖେଳ ଖତମ୍‌, ଧରା ପଡ଼ିବ ମିଛ

Ramesh-Swai

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେବେଳେ ବିଦୁପ୍ରସାଦ ତ କେତେବେଳେ ରମଣୀରଞ୍ଜନ । ଏଭଳି ପରିଚୟ ବଦଳାଇ ବର୍ଷ ବର୍ଷ ଧରି ବିବାହ କରି ଚାଲିଥିବା ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଜି ହେଉଛି ଲାଏ ଡିଟେକସନ ଟେଷ୍ଟ ।  ରମେଶଙ୍କୁ ରିମାଣ୍ଡରେ ନେବା ପରେ ବି ସବୁ ସତ ଉଗାରି ପାରି ନ ଥିବା କମିଶନରେଟ ପୁଲିସ୍‌  ପକ୍ଷରୁ ଆଜି ତାଙ୍କ ମିଛ ଧରା ପରୀକ୍ଷା କରାଯାଉଛି।   ଏହି ପରୀକ୍ଷାରେ ଧୃତ ରମେଶ କେତେ ସତ କହୁଛନ୍ତି, ଆଉ କେତେ ଲୁଚାଇବାରେ ସକ୍ଷମ ହେଉଛନ୍ତି ତାହା ଆଗକୁ ଜଣାପଡ଼ିବ ।  ଆଜି ଲାଏ ଡିଟେକସନ୍‌ ଟେଷ୍ଟ ପରେ ତାଙ୍କ ଖେଳ ଖତମ୍‌ ହେବ ବୋଲି କୁହାଯାଇଛି

Advertisment

ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକିଛନ୍ତି ରମେଶ  । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି । ତାଙ୍କ ବିରୋଧରେ ଅନେକଗୁଡ଼ିଏ ମାମଲା ଥିବାରୁ ସେସବୁର ତଦନ୍ତ କରିବା ଲାଗି କମିଶନରେଟ୍ ପୁଲିସ୍‌ ପକ୍ଷରୁ ଗୋଟିଏ ପିଙ୍କ ଟିମ୍ ଗଠନ କରାଯାଇଛି । ଏହି ଟିମ୍‌ରେ ବରିଷ୍ଠ ପୁଲିସ୍‌ ଅଧିକାରୀ, ଲିଗାଲ୍ ଆଡଭାଇଜର, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ସାଇବର ଏକ୍ସପର୍ଟ ରହିଛନ୍ତି ।

କମିଶନରେଟ ପୁଲିସ୍‌ ରମେଶ ସ୍ୱାଇଁଙ୍କୁ ୩ ଥର ପାଇଁ  ରିମାଣ୍ଡରେ ନେଇ ସାରିଥିବା ବେଳେ ତାଙ୍କ ନାଁରେ ପ୍ରାୟ ୧୫ଟି ମାମଲା ରୁଜୁ ହୋଇସାରିଲାଣି। ରିମାଣ୍ଡ ଅବଧି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଥିଲା। ତେବେ ଜେରା ସମୟରେ ରମେଶ ବହୁ ଭ୍ରମାତ୍ମକ ତଥ୍ୟ ଦେଇଥିବାରୁ ତାଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିବାକୁ ଅନୁମତି ଦେବା ପାଇଁ ପ୍ରାର୍ଥନା କରିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ତାଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ଚାଲିଛି।

Advertisment

ରମେଶଙ୍କର ବହୁ ଭିଡିଓ ଭାଇରାଲ ହୋଇଥିବା ବେଳେ କେତେବେଳେ ସେ ମିଛରେ ସାଲାନ୍‌ ନେଉଥିବା ଦେଖିବାକୁ ମିଳିଛି ତ କିଛି ଭିଡିଓରେ ସେ କାନ୍ଦିବାର ଅଭିନୟ କରୁଥିବା ଦେଖିବାକୁ ମିଳିଛି। ସେ ମିଛ କଥା କହି ତଥା ବାହାନା କରି ଲୋକଙ୍କୁ ଠକୁଥିଲା। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ତାଙ୍କଠାରୁ ୧୩ ଲକ୍ଷ ଚଳୁ କରି ନେଇଥିଲା ରମେଶ। ଏହିପରି ସମୁଦାୟ ୧୮ ମହିଳାଙ୍କ ସ୍ୱାମୀ ପାଲଟିଥିବା ରମେଶ ଆହୁରି ମଧ୍ୟ ସ୍ତ୍ରୀ ତାଲିକା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା। ହେଲେ ତାହା ପୂର୍ବରୁ ତାକୁ ମାଡ଼ି ବସିଲା ପୁଲିସ୍‌। ଏହାପରେ ତା’ର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଥିବା ବେଳେ  ରମେଶ ଆହୁରି ବହୁତ ସାଂଘାତିକ ତଥ୍ୟ ଲୁଚାଉଥିବା ଅଭିଯୋଗ ହେଉଛି ।

ତାଙ୍କର କୌଣସି କଥା ବିଶ୍ୱାସ ଯୋଗ୍ୟ ହୋଇପାରୁ ନାହିଁ। ପଲିଗ୍ରାଫ୍‌ ଟେଷ୍ଟ କରିବା ପରେ ତାଙ୍କୁ ପୁଣି ଥରେ ଅନ୍ୟ ମାମଲାରେ ରିମାଣ୍ଡରେ ଆଣିବା ଉପରେ ନିଷ୍ପତ୍ତି ନିଆଯିବ। ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ଚାଲିଛି। ଦରକାର ପଡ଼ିଲେ ରାଜ୍ୟ ବାହାରକୁ ତଦନ୍ତକାରୀ ଟିମ୍‌ ଯାଇପାରେ ବୋଲି ଡିସିପି କହିଛନ୍ତି।

Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe