‘ଟାଇମ୍ ପାସ୍ ଚକ୍କରରେ ହୋଇଯିବ ଲାଇଫ୍ ଫେଲ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ବିପର୍ଯ୍ୟସ୍ତ ହୋଇନାହିଁ । କିନ୍ତୁ କରୋନାକୁ ନେଇ ଉଭୟ ଭୟ ଓ ସାବଧାନତା ମଧ୍ୟରେ ଚଳିବାକୁ ପଡ଼ିବ। ଭୟ କମାଇବାକୁ ପଡ଼ିବ ଓ ସାବଧାନତାର ପରିମାଣ ବଢ଼ାଇବାକୁ ପଡ଼ିବ। ତା’ନହେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। କ୍ଷଣିକ ଟାଇମ୍ ପାସ୍ ଚକ୍କରରେ ଲାଇଫକୁ ଫେଲ୍ କରନ୍ତୁ ନାହିଁ ଓ କରୋନା ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ […]

subrat-3

subrat-3

Manoranjan Sial
  • Published: Friday, 03 July 2020
  • Updated: 03 July 2020, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ବିପର୍ଯ୍ୟସ୍ତ ହୋଇନାହିଁ । କିନ୍ତୁ କରୋନାକୁ ନେଇ ଉଭୟ ଭୟ ଓ ସାବଧାନତା ମଧ୍ୟରେ ଚଳିବାକୁ ପଡ଼ିବ। ଭୟ କମାଇବାକୁ ପଡ଼ିବ ଓ ସାବଧାନତାର ପରିମାଣ ବଢ଼ାଇବାକୁ ପଡ଼ିବ। ତା’ନହେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। କ୍ଷଣିକ ଟାଇମ୍ ପାସ୍ ଚକ୍କରରେ ଲାଇଫକୁ ଫେଲ୍ କରନ୍ତୁ ନାହିଁ ଓ କରୋନା ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚିଯିବେ ବୋଲି ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗଚୀ ସତର୍କ କରାଇ ଦେଇଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଆଶାଦିଦିମାନଙ୍କ ସହାୟତାରେ ଜୁନ୍ ୧୬ରୁ ଘରକୁ ଘର ବୁଲି କୋଭିଡ୍ ସର୍ଭେ ଚାଲିଛି। ଏହା ଚଳିତମାସ ଶେଷ ପର୍ଯ୍ୟନ୍ତ ଅର୍ଥାତ ୪୫ଦିନ ଚାଲିବ। ରାଜ୍ୟର ସବୁ ଗାଁ ଓ ସବୁ ଘରେ ଏହି ସର୍ଭେ ହେବ। ଏଥିପାଇଁ ରାଜ୍ୟ ସରକାର ‘ଟ୍ରେସ୍ , ଟେଷ୍ଟ ଓ ଟ୍ରିଟ୍ ’ ଫର୍ମୂଲା ଆପଣାଇଛନ୍ତି। ଏହି ସର୍ଭେବେଳେ କୋଭିଡ୍ ଲକ୍ଷଣ ସହ ବୟସଜନିତ ରୋଗ ଯଥା ଡାଇବେଟିସ୍ , ବ୍ଲଡପ୍ରେସର ଓ ଯକ୍ଷ୍ମା ଆଦି ରୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଏହି ସର୍ଭେବେଳେ ସହଯୋଗ କରନ୍ତୁ ଓ ସାମାନ୍ୟତମ ଲକ୍ଷଣ ଥିଲେ ତାକୁ ଲୁଚାନ୍ତୁ ନାହିଁ ବୋଲି ଶ୍ରୀ ବାଗଚୀ କହିଛନ୍ତି। ଯଦି କାହାକୁ ସାମାନ୍ୟତମ ଲକ୍ଷଣ ଦେଖାଯାଉଛି ସେମାନେ କ୍ୱାରେଣ୍ଟାଇନରେ ରହିବା ସହ ଯାଂଚ ପାଇଁ ଯାଉଥିବା ଆଶାଦିଦିମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସହରାଂଚଳର ବସ୍ତିଗୁଡ଼ିକରେ ଏହି ସର୍ଭେ ଶତପ୍ରତିଶତ କରାଯିବ।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ କରୋନା ଲକ୍ଷଣ ଦେଖାଯାଉନଥିବା ସଂଖ୍ୟା ଅଧିକ ରହୁଛି। ତେଣୁ ବିବେକର ସହ କାମ କରିବାକୁ ପଡ଼ିବ। କରୋନା ସଂକ୍ରମଣ ଆଶଙ୍କା ବଢ଼ିଛି, ଏଥିପାଇଁ ସତର୍କ ରହିବାକୁ ପଡ଼ିବ। କାରଣ ସୁସ୍ଥ ଦେଖାଯିବା ଓ ମୃତ୍ୟୁ ମଧ୍ୟରେ ମାତ୍ର ୨୪ଘଣ୍ଟାରୁ କମ୍ ଅବଧି ରହୁଛି। ସୁସ୍ଥ ଥିବା ଲୋକକୁ ଭେଣ୍ଟିଲେଟରକୁ ଯିବାକୁ ୨୪ଘଣ୍ଟାରୁ ବି କମ୍ ସମୟ ଲାଗୁଛି। ଏବେ ଘରେ ରହି ବୋର୍ ଲାଗୁ୍‌ଥିବ। ସେଥିପାଇଁ ଦୁଇଚକିଆ ଯାନ ଧରି ଟାଇମ୍ ପାସ୍ କରିବାକୁ କୁଆଡ଼େ ପଳାଇବା ଅର୍ଥ ଜୀବନ ପ୍ରତି ବିପଦ ଆଣିବା। ଟାଇମ୍ ପାସ୍ ପାଇଁ ଲାଇଫ୍ ଫେଲ୍ ହୋଇଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ଶ୍ର୍ରୀ ବାଗଚୀ ଏହି ଅବସରରେ କହିଛନ୍ତି ଯେ, ସମଗ୍ର ଭାରତରେ ଜୁନ୍ ୨୪ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୭୨ହଜାର ୯୮୫ ଥିବାବେଳେ ଏବେ ଏହା ବୃଦ୍ଧି ପାଇଁ ୬.୨୮ଲକ୍ଷରେ ପହଂଚିଛି। ଭାରତ ଏବେ ବିଶ୍ୱର ତୃତୀୟ ସର୍ବାଧିକ ସଂକ୍ରମିତ ପାଲଟିଛି। ଆମେରିକାରେ ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ଭାରତରେ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ୨୧ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story