ବିଜୁଳି ମାରିବ, ୩୦ରୁ ୪୦ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସହ ବଜ୍ରପାତ ଓ ଝଡ଼ ତୋଫାନ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ୪ଟି ଜିଲ୍ଲା ପାଇଁ ୱାର୍ଣ୍ଣି ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଂଜ, କଳାହାଣ୍ଡି ଏବଂ ଢେଙ୍କାନାଳ । ଆସନ୍ତା ୩ ଘଂଟା ପାଇଁ ଏହି […]

thunderstorm

Tapas Behera
  • Published: Tuesday, 04 May 2021
  • , Updated: 04 May 2021, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସହ ବଜ୍ରପାତ ଓ ଝଡ଼ ତୋଫାନ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ୪ଟି ଜିଲ୍ଲା ପାଇଁ ୱାର୍ଣ୍ଣି ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଂଜ, କଳାହାଣ୍ଡି ଏବଂ ଢେଙ୍କାନାଳ ।

ଆସନ୍ତା ୩ ଘଂଟା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର ଏବଂ ମୟୁରଭଂଜରେ ବିଜୁଳି ମାରିବା ସହ ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ । ସେହିପରି କଳାହାଣ୍ଡି ଏବଂ ଢେଙ୍କାନାଳରେ କେବଳ ବିଜୁଳି ମାରିବା ସହ ବର୍ଷା ହୋଇପାରେ । ତେବେ ପ୍ରଚଣ୍ଡ ତାତିରେ ସିଝୁଥିବା ରାଜ୍ୟବାସୀଙ୍କୁ ସାମୟିକ ଆଶ୍ୱସ୍ତି ଆଣିଦେଉଛି କାଳବୈଶାଖୀ। ହେଲେ ଏହା ଧ୍ୱଂସଲୀଳା ବି ସୃଷ୍ଟି କରୁଛି।

Related story