ଧରା ପଡ଼ିଲେ, ନିର୍ଦ୍ଦୂମ ଛେଚା ଖାଇଲେ

ଜଳେଶ୍ୱର(ଅଜିତ ନାୟକ): ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଶ୍ୟାମରାୟପୁର ଗ୍ରାମକୁ ଚୋରି କରିବାକୁ ଯାଇ ଧରା ପଡ଼ିଛନ୍ତି ୩ ଯୁବକ। ଗ୍ରାମବାସୀ ସେମାନଙ୍କୁ କାବୁ କରି ନିର୍ଦ୍ଦୂମ ଛେଚିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁରେ ଯାତ୍ରା ଚାଲିଥିବାରୁ ବହୁ ଲୋକ ଯାତ୍ରା ଦେଖିବା ପାଇଁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ୫ଜଣ ଯୁବକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରୁଥିଲେ। ଘଟଣା […]

bls-3-1..

Niharika Rout
  • Published: Monday, 30 September 2019
  • , Updated: 30 September 2019, 11:03 AM IST

ଜଳେଶ୍ୱର(ଅଜିତ ନାୟକ): ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଶ୍ୟାମରାୟପୁର ଗ୍ରାମକୁ ଚୋରି କରିବାକୁ ଯାଇ ଧରା ପଡ଼ିଛନ୍ତି ୩ ଯୁବକ। ଗ୍ରାମବାସୀ ସେମାନଙ୍କୁ କାବୁ କରି ନିର୍ଦ୍ଦୂମ ଛେଚିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗାଁରେ ଯାତ୍ରା ଚାଲିଥିବାରୁ ବହୁ ଲୋକ ଯାତ୍ରା ଦେଖିବା ପାଇଁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ୫ଜଣ ଯୁବକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରୁଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ଗ୍ରାମବାସୀ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଆଉ ୨ ଜଣ ଚମ୍ପଟ ମାରି ପଳାଇଥିଲେ। ଧରାପଡିଥିବା ୩ ଜଣଙ୍କୁ ଲୋକେ ମନଇଚ୍ଛା ପିଟିଥିଲେ । ଖବର ପାଇ ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ସମ୍ପୃକ୍ତ ୩ ଯୁବକଙ୍କୁ ଉଦ୍ଧାର କରିଥିଲା । ଧରାପଡିଥିବା ୩ ଚୋର ହେଲେ ବସ୍ତା ଥାନା ଦରଡା ଗ୍ରାମର ପଦ୍ମ ଲୋଚନ ତରାଇ, ଝାଡେଶ୍ୱର ଜେନା ଓ ଶ୍ୟାମରାୟପୁର ଗାଁର ଦେବାଶିଷ ଜେନା।

Related story