ଲକ୍‌ଡାଉନ୍‌ ଉଠିବ ନା ରହିବ, ଜାଣନ୍ତୁ କ’ଣ କହିଲେ ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି, ଅନ୍ୟ କିଛି ଜିଲ୍ଲାରେ କମୁଛି । ତେଣୁ କରୋନା ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍‌ ଉଠିବ ଆଉ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ । ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ୟବହାର, ଟିପିଆର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ, ସେସବୁକୁ ନଜରରେ ରଖି କଟକଣା କୋହଳ […]

dmet cbk mohanty

Niharika Rout
  • Published: Monday, 28 June 2021
  • , Updated: 28 June 2021, 04:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି, ଅନ୍ୟ କିଛି ଜିଲ୍ଲାରେ କମୁଛି । ତେଣୁ କରୋନା ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍‌ ଉଠିବ ଆଉ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ । ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ୟବହାର, ଟିପିଆର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ, ସେସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ସଂକ୍ରମଣ କମିବାରେ ଲାଗିଛି  ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯା’ଆସ ନିୟମିତ ହେଉଛି । ଫଳରେ ଏସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି ।

ଡେଲଟା ପ୍ଲସ ସମ୍ପର୍କରେ ଦେବଗଡ଼ ଯାଇଥିବା ଟିମ୍‌ ଆସିଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିଛି ।  ଗତ ଏପ୍ରିଲରେ ସଂକ୍ରମିତଜଣଙ୍କ ସୁସ୍ଥ ହୋଇସାରିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଦେହରେ ଡେଲଟା ପ୍ଲସ ସଂକ୍ରମଣ ଅଛି ନା ନାହିଁ ତାହାର ତଦନ୍ତ କରାଯାଉଛି । ଦେବଗଡରେ ଟିପିଆର କମ ଥିବା ବେଳେ ମୃତ୍ୟୁ  ସଂଖ୍ୟା ମଧ୍ୟ କମ ରହିଛି ବୋଲି ଡିଏମଇଟି କହିଛନ୍ତି ।

ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ଅଧିକ କରି ଟ୍ରାନମିସନ ଚେନ୍ ବ୍ରେକ କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି ।

ଅପରପକ୍ଷେ, ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଅଧିକ ଟିକା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।   ତୁରନ୍ତ ଅଧିକ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ନବ ଦାସ । ଗତ ୨୧ ଜୁନ୍‌ରୁ ରାଜ୍ୟରେ ହାରାହାରି ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦିଆହେଉଛି । ଆଜି ୩ ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲିଡ୍ ମହଜୁଦ ରହିଛି । ଯାହା ମାତ୍ର ଦୁଇ ଦିନ ଯିବ ।

ମଙ୍ଗଳବାର ପରଠୁ ରାଜ୍ୟରେ କୋଭିସିଲିଡ୍ ଟିକାର ଅଭାବ ରହିବ । ଏ ପରିସ୍ଥିତିରେ ଟିକାକରଣ କରିବା ସମ୍ଭବ ନୁହେଁ । ସେଥିଲାଗି ତୁରନ୍ତ ୬ ଲକ୍ଷ କୋଭିସିଲିଡ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Related story