ପାଟଣାଗଡରେ ଗଣହତ୍ୟା ଘଟଣା; ପୂର୍ବ ଶତ୍ରୁତା ହେଲା କାଳ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ହତ୍ୟା ଘଟଣା ପଛରେ ରହିଛି ପୂର୍ବ ଶତ୍ରୁତା। ମୃତକଙ୍କ ୫ ପୁଅ ପାଟଣାଗଡ ଥାନାରେ ପହଞ୍ଚିବା ପରେ ଏନେଇ ପୁଲିସ୍‌କୁ ସୂଚନା ଦେଇଛନ୍ତି । ପୂର୍ବରୁ ପୁଲିସ୍‌ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ ସହ ସେମାନେ ହିଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ବୁଲୁ ଜାନୀଙ୍କ ପୁଅମାନେ ପୁଲିସ୍‌କୁ ଦେଇଥିବା ସୂଚନା ମୁତାବକ,  ଅଟକ ଥିବା […]

bolangiri

Niharika Rout
  • Published: Thursday, 12 November 2020
  • , Updated: 12 November 2020, 11:48 AM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ହତ୍ୟା ଘଟଣା ପଛରେ ରହିଛି ପୂର୍ବ ଶତ୍ରୁତା। ମୃତକଙ୍କ ୫ ପୁଅ ପାଟଣାଗଡ ଥାନାରେ ପହଞ୍ଚିବା ପରେ ଏନେଇ ପୁଲିସ୍‌କୁ ସୂଚନା ଦେଇଛନ୍ତି । ପୂର୍ବରୁ ପୁଲିସ୍‌ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ ସହ ସେମାନେ ହିଁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ବୁଲୁ ଜାନୀଙ୍କ ପୁଅମାନେ ପୁଲିସ୍‌କୁ ଦେଇଥିବା ସୂଚନା ମୁତାବକ,  ଅଟକ ଥିବା ଦୁଇ ବ୍ୟକ୍ତିଙ୍କ ସହ ସେମାନଙ୍କ ପରିବାରର ପୂର୍ବ ଶତ୍ରୁତା ଲାଗି ରହିଥିଲା। ପୁଲିସ୍‌ ସେମାନଙ୍କୁ ଅଧିକ ପଚରାଉଚରା କରିବା ପରେ ଆହୁରି ବହୁ ଚାଞ୍ଚଲ୍ୟକର ଖୁଲାସା ହେବା ନେଇ ଆଶା କରାଯାଉଛି  ।

ସୂଚନାଯୋଗ୍ୟ, ବର୍ଷେ ପୂର୍ବେ  ମୃତ ବୁଲୁ ଜାନୀଙ୍କ  ବଡ ପୁଅ ଶାନ୍ତା ରାମକୁ କୋରାପୁଟ କୋଟପାଡରେ ହତ୍ୟା କରାଯାଇଥିଲା । ଏହାପରେ ଗତକାଲି ସକାଳେ ସଅଁରାପଡ଼ାରେ  ରହୁଥିବା ବୁଲୁ , ତାଙ୍କ ପତ୍ନୀ ଓ  ୪ ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ମୃତଦେହଗୁଡିକରେ କ୍ଷତ ଚିହ୍ନ ଥିବାରୁ ଅତି ବର୍ବର ଭାବେ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

Related story