ଭୁବନେଶ୍ୱର: ୪ଟି ଫ୍ଲାଟରୁ ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ଏକାବେଳକେ ଚାରି ଚାରିଟି ଫ୍ଲାଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ।  ଭୁବନେଶ୍ୱରର ପଟିଆ ସ୍ଥିତ ଓମ୍ ସାଇ ଆର୍କେଡ୍ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ଗୋଟିଏ ରାତିରେ ଏହି ଆପାର୍ଟମେଣ୍ଟର ଏ-ଟୁ ବ୍ଲକର ୩୦୯ ଓ ୪୦୯ ଫ୍ଲାଟ୍ ଏବଂ ବି ବ୍ଲକର ୨୦୨ ଓ ୨୦୩ ନମ୍ୱର ଫ୍ଲାଟରୁ ସବୁ କିଛି ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଯାଇଛି। ଘରେ କେହି ରହୁ ନ ଥିବା ସୁଯୋଗରେ ସବୁ ଫ୍ଲାଟର ଗ୍ରୀଲ୍ ଓ ଲକ୍ ତାଡ଼ି ଏମିତି କାଣ୍ଡ […]

c

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 03:09 PM IST

ଭୁବନେଶ୍ୱର: ଏକାବେଳକେ ଚାରି ଚାରିଟି ଫ୍ଲାଟରେ କଳାକନା ବୁଲାଇଲେ ଦୁର୍ବୃତ୍ତ।  ଭୁବନେଶ୍ୱରର ପଟିଆ ସ୍ଥିତ ଓମ୍ ସାଇ ଆର୍କେଡ୍ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ଗୋଟିଏ ରାତିରେ ଏହି ଆପାର୍ଟମେଣ୍ଟର ଏ-ଟୁ ବ୍ଲକର ୩୦୯ ଓ ୪୦୯ ଫ୍ଲାଟ୍ ଏବଂ ବି ବ୍ଲକର ୨୦୨ ଓ ୨୦୩ ନମ୍ୱର ଫ୍ଲାଟରୁ ସବୁ କିଛି ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଯାଇଛି। ଘରେ କେହି ରହୁ ନ ଥିବା ସୁଯୋଗରେ ସବୁ ଫ୍ଲାଟର ଗ୍ରୀଲ୍ ଓ ଲକ୍ ତାଡ଼ି ଏମିତି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଜଣଙ୍କ ଘରୁ ୧୦ ଭରି ସୁନା, ୭୦୦ ଗ୍ରାମ ରୁପା ଅଳଙ୍କାର ସହ ୨୧ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ଅନ୍ୟ ତିନିଟି ଫ୍ଲାଟରୁ କେତେ କ’ଣ ଚୋରି ହୋଇଛି ତାହା ଜଣାପଡ଼ିନି।

ପାରିପାର୍ଶ୍ୱିକ ସ୍ଥିତିରୁ ଚୋରିରେ ୪-୫ ଜଣ ସଂପୃକ୍ତଥିବା ସନ୍ଦେହ କରାଯାଉଛି। ହେଲେ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜ୍ରେ ଜଣେ ମାତ୍ର ଚୋରର ଅସ୍ପଷ୍ଟ ଭିଜୁଆଲ୍ କଏଦ୍ ହୋଇଛି। କମିଶନରେଟ୍ ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story