ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ନେଇଗଲେ ଟଙ୍କା ବ୍ୟାଗ୍‌

ବାରିପଦା(ମାଣିକ ପାଣି): ଏବେ ଲୁଟାରେଙ୍କ ଟାର୍ଗେଟ୍‌ରେ ପେଟ୍ରୋଲ ପମ୍ପ। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍‌। ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍‌ଆର୍‌ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ ପମ୍ପରୁ ଗତ ରାତିରେ ଲୁଟ୍ ହୋଇଛି। ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍‌ ଲୁଟି ନେଇଛନ୍ତି। ସୂଚନା ମୁତାବକ, ଗତରାତିରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି […]

loot

Madhupriya Mistry
  • Published: Tuesday, 16 November 2021
  • , Updated: 16 November 2021, 12:12 PM IST

ବାରିପଦା(ମାଣିକ ପାଣି): ଏବେ ଲୁଟାରେଙ୍କ ଟାର୍ଗେଟ୍‌ରେ ପେଟ୍ରୋଲ ପମ୍ପ। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍‌। ବାରିପଦା ସଦର ଥାନାର ମଞ୍ଚାବନ୍ଧା ଏସ୍‌ଆର୍‌ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ ପମ୍ପରୁ ଗତ ରାତିରେ ଲୁଟ୍ ହୋଇଛି। ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍‌ ଲୁଟି ନେଇଛନ୍ତି।

ସୂଚନା ମୁତାବକ, ଗତରାତିରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ତେଲ ପକାଇଥିଲେ।  ତା ପରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ଏକ ନିର୍ଦ୍ଦିଷ୍ଟ ଗାଁର ଯୁବକ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି।

ଲୁଟେରାମାନେ ବାରିପଦା ଆଡୁ ଆସି ବାଲେଶ୍ୱର ଆଡ଼କୁ ପଳାଇଥିଲେ।  ତେବେ ଏହି ଘଟଣା ଜିଲ୍ଲାରେ ସମାନ ପ୍ରକାର ଢଙ୍ଗରେ ବାରମ୍ବାର ଘଟୁଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଭୟଭୀତ ଥିବା ସୂଚନା ଦେଇଛନ୍ତି। ୧୦ ଦିନ ଭିତରେ ରାଇରଙ୍ଗପୁର ନୀଳମାଧବ ପେଟ୍ରୋଲ ପମ୍ପ, ମାଣତ୍ରୀ ପେଟ୍ରୋଲ ପମ୍ପ, ଭୁବନେଶ୍ୱର ପେଟ୍ରୋଲ ପମ୍ପ ସହିତ ଗତକାଲି ପୁଣି ମଞ୍ଚାବନ୍ଧା ପେଟ୍ରୋଲ ପମ୍ପରୁ ଲୁଟ୍ ହେଲାଣି।  ଲଗାତର ଭାବେ ୪ଟି ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବାରେ ଏଯାଏଁ ସଫଳ ହୋଇନାହିଁ ।

Related story