ଦେଶରେ ବୁଲି ବୁଲି ଲୁଟୁଥିଲେ, ଶେଷରେ ଧରାପଡ଼ିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନରେ ଏ ସହରରୁ ସେ ସହରକୁ ଉଡ଼ି ବୁଲୁଥିଲେ। ହୋଟେଲରେ ରହି  ପ୍ରସ୍ତୁତ କରୁଥିଲେ ଲୁଟ୍‌ର ବ୍ଲୁ ପ୍ରିଣ୍ଟ। ସବୁବେଳେ ଏଟିଏମ୍‌ ରହୁଥିଲା ସେମାନଙ୍କ ଟାର୍ଗେଟରେ । ଏଟିଏମ୍‌ରୁ ଲୁଟି ଖୁବ୍‌ ଶୀଘ୍ର ଫୁର କିନା ଉଡ଼ି ପଳାଇବାକୁ ଗେମ୍‌ ପ୍ଲାନ୍‌ ବି ଆଗରୁ ପ୍ରସ୍ତୁତ ହୋଇ ରହୁଥିଲା। ଭୁବନେଶ୍ୱର ପଟିଆ ପିଏନ୍‌ବି ଏଟିଏମ୍ ଲୁଟ୍ ପଛରେ ରହିଛି ଏପରି ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ମାମଲା ଉପରୁ […]

loot-2

Niharika Rout
  • Published: Friday, 06 November 2020
  • , Updated: 06 November 2020, 01:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନରେ ଏ ସହରରୁ ସେ ସହରକୁ ଉଡ଼ି ବୁଲୁଥିଲେ। ହୋଟେଲରେ ରହି  ପ୍ରସ୍ତୁତ କରୁଥିଲେ ଲୁଟ୍‌ର ବ୍ଲୁ ପ୍ରିଣ୍ଟ। ସବୁବେଳେ ଏଟିଏମ୍‌ ରହୁଥିଲା ସେମାନଙ୍କ ଟାର୍ଗେଟରେ । ଏଟିଏମ୍‌ରୁ ଲୁଟି ଖୁବ୍‌ ଶୀଘ୍ର ଫୁର କିନା ଉଡ଼ି ପଳାଇବାକୁ ଗେମ୍‌ ପ୍ଲାନ୍‌ ବି ଆଗରୁ ପ୍ରସ୍ତୁତ ହୋଇ ରହୁଥିଲା।

ଭୁବନେଶ୍ୱର ପଟିଆ ପିଏନ୍‌ବି ଏଟିଏମ୍ ଲୁଟ୍ ପଛରେ ରହିଛି ଏପରି ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ମାମଲା ଉପରୁ ହଟିଛି ପରଦା । ଆଜି ସାମ୍ବାଦିକ ସମ୍ମିଳନୀରେ ଲୁଟ୍‌ ନେଇ ସବିଶେଷ ତଥ୍ୟ ରଖିଛନ୍ତି ପୁଲିସ୍‌ କମିଶନ୍‌ର ସୁଧାଂଶୁ ଷଡ଼ଙ୍ଗୀ ।

କମିଶନ୍‌ରଙ୍କ ତରଫରୁ ମିଳିଥିବା‌ ସୂଚନା ଅନୁଯାୟୀ,  ବେଙ୍ଗାଲୁରୁରୁ ଭୁବନେଶ୍ୱର ଭାୟା ଦିଲ୍ଲୀରେ ହେଉଥିଲା ଲୁଟ୍‌ର ପୁରା ପ୍ଲାନିଂ । ଗତ ମାସ ୧୦ ତାରିଖରେ ପଟିଆରେ ଥିବା ପିଏନ୍‌ବି ଏଟିଏମ୍‌ରେ ପଶି ଗ୍ୟାସ୍ କଟର୍ ଦେଇ ଲୁଟ୍ କରିଥିଲେ ଦୁଇ ଲୁଟେରା । ନିକଟରେ ଥିବା ସିସିଟିଭିରେ କଏଦ ହୋଇଥିଲା ଦୁଇ ଅଭିଯୁକ୍ତଙ୍କ କଳା କାରନାମା। ପରେ ସେମାନଙ୍କ ଚେହେରା ଏବଂ ବ୍ୟବହାର କରିଥିବା ବାଇକ୍‌ର ସୁରାକ୍ ଖୋଜି ପୁଲିସ୍‌ ସେମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା ।

ଭୁବେଶ୍ୱରରେ ଲୁଟ୍‌ କରିବା ପୂର୍ବରୁ ଏହି ଲୁଟେରାଦ୍ୱୟ ଏକ ହୋଟେଲ୍‌ରେ  ରହି ଲୁଟ୍‌ ଯୋଜନା ପ୍ରସ୍ତୁତ କରିଥିଲେ । ଗ୍ୟାସ୍ କଟର ଓ ବାଇକ୍ ଭଡ଼ାରେ ଆଣି ଏଟିଏମ୍‌ରୁ ଲୁଟି ନେଇଥିଲେ ଟଙ୍କା  । ପରେ ଭୁବନେଶ୍ୱରରୁ ବିମାନରେ ଦିଲ୍ଲୀ ଯାଇଥିଲେ । ସେଠୁ ଚଣ୍ଡିଗଡ଼, ବେଙ୍ଗାଲୁରୁ ଏବଂ ବିଶାଖାପାଟଣାକୁ ଯାଇଥିଲେ ।

ତେବେ ବିଶାଖାପାଟଣାରେ  ଏକ ଲୁଟ୍‌ ହୋଇଥିବା ବେଳେ ଷ୍ଟାଇଲ ପୂରା ସମାନ ଥିଲା।  ଏହି  ଘଟଣା ନଜରକୁ ଆସିବା ପରେ କମିଶନରେଟ୍ ପୁଲିସ୍‌ ଆନ୍ଧ୍ର ପୁଲିସ୍‌ ସହ ଯୋଗାଯୋଗ କରିଥିଲା । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ମାମଲାର ଅଧିକ ଖୋଳଲତାଡ଼ କରିବାକୁ ଯୋଜନା ରଖିଛି କମିଶନରେଟ୍ ପୁଲିସ୍‌। ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ପଞ୍ଜାବର ସମରଜିତ୍ ସିଂହ ଓ କେରଳର ଜାଫର ସାଦ୍ଦିକ୍ ।

 

Related story