ଥାନା ଛକରୁ ଲୁଟ୍‌; ଡିକି ଭାଙ୍ଗି ନେଇଗଲେ ସାଢ଼େ ୪ ଲକ୍ଷ ଟଙ୍କା

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଟାଉନ୍‌ ଥାନା ଛକରୁ ସ୍କୁଟି ଡିକି ଭାଙ୍ଗି ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଟାଉନ୍‌ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଲୁଟ୍ ହୋଇଥିବା ବେଳେ ପୁଲିସ୍ ଲୁଟେରାଙ୍କୁ ଧରିବାକୁ ଖୋଳତାଡ଼ ଜାରି ରଖିଛି। ସୂଚନା ଅନୁଯାୟୀ, ଢେଙ୍କିକୋଟ ସାନ୍ତରାପୁରର ଆଫସର ଖାଁ କେନ୍ଦୁଝର ଏସ୍‌ବିଆଇର ମୁଖ୍ୟ ଶାଖାରୁ ଟଙ୍କା ଉଠାଇ ଟାଉନ୍‌ ଥାନା ଛକରେ ଥିବା ଏକ ଷ୍ଟୁଡିଓକୁ ଫଟୋ […]

moneyloot

Jitendra Garnayak
  • Published: Monday, 25 November 2019
  • , Updated: 25 November 2019, 07:19 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଟାଉନ୍‌ ଥାନା ଛକରୁ ସ୍କୁଟି ଡିକି ଭାଙ୍ଗି ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଟାଉନ୍‌ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଲୁଟ୍ ହୋଇଥିବା ବେଳେ ପୁଲିସ୍ ଲୁଟେରାଙ୍କୁ ଧରିବାକୁ ଖୋଳତାଡ଼ ଜାରି ରଖିଛି।

ସୂଚନା ଅନୁଯାୟୀ, ଢେଙ୍କିକୋଟ ସାନ୍ତରାପୁରର ଆଫସର ଖାଁ କେନ୍ଦୁଝର ଏସ୍‌ବିଆଇର ମୁଖ୍ୟ ଶାଖାରୁ ଟଙ୍କା ଉଠାଇ ଟାଉନ୍‌ ଥାନା ଛକରେ ଥିବା ଏକ ଷ୍ଟୁଡିଓକୁ ଫଟୋ ଉଠାଇବାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ସ୍କୁଟି ଭାଙ୍ଗି ଟଙ୍କା ନେଇ ଯାଇଥିଲେ। ସେ ଷ୍ଟୁଡିଓରୁ ଫେରିବା ପରେ ଡିକି ଖୋଲା ହୋଇଥିବା ଓ ସେଥିରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story