ମୋ ବସ୍‌ରେ ପୁଣି ମାତିଲେ ଲୁଟେରା, ୨ ଛାତ୍ରୀଙ୍କ ମୋବାଇଲ୍ ଲୁଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି। ଏହି ଘଟଣା ନେଇ ଛାତ୍ରୀ ଦ୍ୱୟ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ତଦନ୍ତ କରୁଛି। ରୁଟ୍ ନମ୍ବର ୧୬ରେ ଯାଉଥିବା ଏକ ମୋ ବସ୍‌ରେ ଆଜି ଦୁଇଟି ମୋବାଇଲ୍ ଲୁଟ୍ ହୋଇଛି। ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଏହି ବସ୍‌ରେ […]

Bus

Bus

Jitendra Garnayak
  • Published: Thursday, 22 September 2022
  • Updated: 22 September 2022, 03:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି। ଏହି ଘଟଣା ନେଇ ଛାତ୍ରୀ ଦ୍ୱୟ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ତଦନ୍ତ କରୁଛି।

ରୁଟ୍ ନମ୍ବର ୧୬ରେ ଯାଉଥିବା ଏକ ମୋ ବସ୍‌ରେ ଆଜି ଦୁଇଟି ମୋବାଇଲ୍ ଲୁଟ୍ ହୋଇଛି। ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଏହି ବସ୍‌ରେ ଚଢ଼ିଥିଲେ। ସେ ପଳାଶୁଣି ଯାଉଥିଲେ। ତେବେ ବାଟରେ ତାଙ୍କ ବ୍ୟାଗ୍‌ର ଚେନ୍ ଖୋଲି କେହି ମୋବାଇଲ୍ ନେଇ ଯାଇଥିଲେ। ସେହିପରି ଅନ୍ୟ ଜଣେ ଛାତ୍ରୀ ବାଣୀବିହାର ଛକରୁ ଏହି ବସ୍‌ରେ ଚଢ଼ିଥିଲେ। ସେ ବି ପଳାଶୁଣି ଯାଉଥିଲେ। ତେବେ ତାଙ୍କର ବି ମୋବାଇଲ୍ ଚୋରି ହୋଇଯାଇଥିଲା।

ଗତକାଲି ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀ ଏକ ମୋ ବସ୍‌ରେ ଚଢ଼ିଥିଲେ। ସେ କଟକର ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଉଥିଲେ। ତାଙ୍କ ପ୍ୟାଣ୍ଟ ପକେଟରେ ୧୫,୪୦୦ ଟଙ୍କା ଥିଲା। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ଭିତରେ ତାଙ୍କ ଟଙ୍କା ଚୋରି ହୋଇଥିଲା। ସେ ବସ୍‌ର ଗାଇଡ୍‌ଙ୍କୁ ଏ ବିଷୟରେ କହିବା ପରେ ରସୁଲଗଡ଼ ଛକରେ ବସ୍‌ଟି ଅଟକିଥିଲା। ଗାଇଡ୍ ପୁଲିସ୍‌କୁ ସୂଚନା ଦେବା ସହିତ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁମତି ଦେଇ ନଥିଲେ। ତେବେ ପିସିଆର୍‌ ଭ୍ୟାନ୍ ଯାତ୍ରୀଙ୍କୁ ଯାଞ୍ଚ କରିବା ବଦଳରେ ବସ୍‌ଟିକୁ ଗସ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦେଇଥିଲା। ଏହା ପୂର୍ବରୁ କିଛି କଲେଜ ଛାତ୍ର ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos